Below header

ରାଜ୍ୟର ବିଭିନ୍ନ ସ୍ଥାନରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ୟୁଜ୍ : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ପୋଲିସ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ୍‌ ଓ ଏସପି ଅବିନାଶ କୁମାର। ପରେଡରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ବାଲେଶ୍ୱରରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ :

baleswarବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ସମବାୟ ମନ୍ତ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର ଏଠାରେ ପତାକା ଉତ୍ତୋଳନ ସହ ଅଭିଭାଷଣ ରଖିଥିଲେ। ଏହି ଅବସରରେ ବାଲେଶ୍ୱର ଏସପି, ଡିଆଇଜି ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ । ବିଭିନ୍ନ ସ୍କୁଲ, କଲେଜ ଓ ଜିଲ୍ଲା ପୋଲିସ ପକ୍ଷରୁ ୫୪ଟି ଦଳ ପରେଡରେ ସାମିଲ ହୋଇଥିଲେ ।

କୋରାପୁଟରେ ୭୦ ତମ ସାଧାରଣତନ୍ତ୍ର ଦିବସ ପାଳିତ :

koraputକୋରାପୁଟ ପୋଲିସ ପଡ଼ିଆରେ ୭୦ ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି । କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ସହ ପରେଡ ଅଭିବାଦନ ରଖିଥିଲେ । ମିଳିତ ପରେଡରେ ୩୨ଟି ଦଳ ଭାଗନେଇଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ, ଏସିଙ୍କ ସମେତ ଜିଲ୍ଲାର ଅନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ :

khurdaଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ମିଳିତ ପରେଡରେ ଅଭିବାଦନ ରଖିଥିଲେ । ୪୬ଟି ବେସାମରିକ ବାହିନୀ ପରେଡରେ ଅଂଶଗ୍ରହଣ କରିଥିଲେ ।

ବଲାଙ୍ଗିର ମନୋହରପୁର ପୋଲିସ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳିତ :

balangirବଲାଙ୍ଗିର ମନୋହରପୁର ପୋଲିସ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ଅରୁନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେହିପରି କଣ୍ଟାବାଞ୍ଜି ରେଲୱେ ଖେଲପଡ଼ିଆରେ ଏନଏସି ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏଠାରେ କଣ୍ଟାବାଞ୍ଜ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ପତାକା ଉତ୍ତୋଳନ କରିଥିଲେ ।

ଭଦ୍ରକ ନେହରୁ ଷ୍ଟାଡିୟମଠାରେ ୭୦ତମ ସାଧାରତନ୍ତ୍ର ଦିବସ :

bhadrakଭଦ୍ରକ ନେହରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଛି ୭୦ତମ ସାଧାରତନ୍ତ୍ର ଦିବସ। ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ପୋଲିସ ଓ ଦମକଳବାହିନୀ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀ ଓ କ୍ୟଡେଟ୍‌ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

ମାଲକାନଗିରିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ :

malkangiri ମାଲକାନଗିରିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବର ମୁଖ୍ୟ ଅତିଥି ଥିଲେ ମନ୍ତ୍ରୀ ସୁଶାନ୍ତ ସିଂ। ସ୍ଥାନୀୟ ଡିଏନ୍‌କେ ଖେଳ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ସୁଶାନ୍ତ ସିଂ। ନିଜ ଅଭିଭାଷଣରେ ସେ କହିଥିଲେ, ଜିଲ୍ଲାରେ ମାଓ ହିଂସା କମିବା ସହ ଶାନ୍ତି ପ୍ରତିଷ୍ଠା ଓ ଜିଲ୍ଲାରେ ବିକାଶ ଧାରା ଆଗେଇଛି।

କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ :

keunjharକେନ୍ଦୁଝରରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ ଜିଲ୍ଲାପାଳ। ପରେଡ୍‌ରେ ୩୬ଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ୩୪ଟି ପ୍ରଜ୍ଞାପନ ମେଢ଼ ସାଙ୍ଗକୁ କୁନିକୁନି ଛାତ୍ରଛାତ୍ରୀ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଶଣ କରିଥିଲେ। ପରେ ବିଭିନ୍ନ କ୍ଷେତ୍ରର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଝାରସୁଗୁଡ଼ା ସହର ମନମୋହନ ସ୍କୁଲ ପଡ଼ିଆରେ ସାଧାରତନ୍ତ୍ର ଦିବସ ଅନୁଷ୍ଠିତ :

jharsugudaଝାରସୁଗୁଡ଼ା ସହର ମନମୋହନ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଛି ସାଧାରତନ୍ତ୍ର ଦିବସ । ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ଓଏସ୍‌ଏପି ବାଟାଲିୟନର ୩୮ଟି ଦଳ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ । ଜନ ସଚେତନତା ରଥ ପ୍ରଦର୍ଶିତ ହେବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.