ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଆଗରେ ୩୨୫ ରନ୍‌ ଟାର୍ଗେଟ ରଖିଛି ଭାରତ

କେନ୍ୟୁଜ୍ : ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଆଗରେ ୩୨୫ ରନ୍‌ର ବିଜୟଲକ୍ଷ୍ୟ ରଖିଛି ଭାରତ। ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ ହରାଇ ୩୨୪ ରନ୍‌ କରିଛି। ଟପ୍‌ ଅର୍ଡର ଭଲ ଖେଳିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ଵନ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ୮୭ ରନ୍‌ ଓ ଧଓ୍ଵନ କରିଛନ୍ତି ୬୬ ରନ୍‌। ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ୍‌ ବିରାଟ କୋହଲି ୪୩, ଅମ୍ବାତି ରାୟଡୁ ୪୭ ରନ୍‌ କରିଥିବା ବେଳେ ଧୋନି ଅପରାଜିତ ୪୮ ଓ କେଦାର ଯାଦବ ୨୨ ରନ୍‌ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍‌ଟ ଓ ଫର୍ଗୁସନ୍‌ ନେଇଛନ୍ତି ୨ଟି ଲେଖାଏଁ ଓ୍ଵିକେଟ୍‌। ବର୍ତ୍ତମାନ ୫ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ। ସେପଟେ ଏହି ମ୍ୟାଚ୍‌ ଜିତି ପରାଜୟ ଧାରାରେ ବ୍ରେକ ଲଗାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି କିଓ୍ଵି ଦଳ। ୩୨୫ ରନ୍‌ ଟାର୍ଗେଟର ପିଛା କରୁଛି ଘରୋଇ ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.