Below header

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ବଦାନ୍ୟତା, ନିଜ ପେନସନ ଟଙ୍କାରେ ବୃଦ୍ଧ ଦମ୍ପତିଙ୍କ ପାଇଁ ତିଆରି କଲେ ଘର

ଝାରସୁଗୁଡା : ବୃଦ୍ଧ ଅସହାୟ ଦମ୍ପତ୍ତିଙ୍କୁ ସହାୟତାର ହାତ ବଢାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ । ନିଜ ପେନସନରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ଏକ ଘର ତିଆରି କରି ଦେଇଛନ୍ତି ରାଜେନ୍ଦ୍ର ଦିଗଲ ଓ ପତ୍ନୀ ସୁଜାତା ଦିଗଲ । ଏଭଳି ଏକ ଭଲ ଖବର ଆସିଛି ଝାରସୁଗୁଡା ବନ୍ଧବାହାଲ ଅଞ୍ଚଳ ଏମ.ସି.ଏଲ କଲୋନୀରୁ । ପଟ୍ଟା ନଥିବାରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ନଥିବାରୁ ଏକ ଭଙ୍ଗା ଦଦରା ଘରେ ପଲିଥିନ ଢାଙ୍କି ରହୁଥିଲେ ଅସହାୟ ଯୋଗେଶ୍ୱର ଓ ତାଙ୍କ ପତ୍ନୀ ।

ସରକାରୀ ସହାୟତା କହିଲେ ପାଉଛନ୍ତି ୫୦୦ ଟଙ୍କା ଭତ୍ତା ଓ ୯ କେଜି ଚାଉଳ । ତେବେ ବୃଦ୍ଧଦମ୍ପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ନିକଟରେ ରହୁଥିବା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ଏହା ସହ ଯୋଗେଶ୍ୱରଙ୍କ ଆଇସକ୍ରିମ ବେପାର ବନ୍ଦ ହୋଇଯାଇଥିବାରୁ ତାଙ୍କ ରୋଜଗାର ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ରାଜେନ୍ଦ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.