ବାଇକ ଚୋରି କରି ନେଇ ପଳାଉଥିବା ବେଳେ ଲୋକଙ୍କ ହାତରେ ଧରାପଡି ଛେଚା ଖାଇଲେ ଦୁଇ ଲୁଟେରା, ଦେଖନ୍ତୁ ଭିଡିଓ

ଖୋର୍ଦ୍ଧା : ବାଇକ ଚୋରୀ କରି ନେଇ ପଳାଉଥିବା ବେଳେ ଲୋକଙ୍କ ହାତରେ ଧରାପଡିଲେ ଦୁଇ ବାଇକ ଲୁଟେରା । ଏହି ଦୁଇ ଲୁଟେରା ଙ୍କୁ ସାଧାରଣ ଲୋକେ ଉତ୍ତମ ମଧ୍ୟମ ଦେଇ ଶେଷରେ ଛାଡିଦେଲେ। ବାଇକ ଲୁଟ କରି ଚାଲିଯାଉଥିବା ବେଳେ ଲୋକମାନେ ଗୋଡେଇ ଧରିଥିଲେ। ଚୋର ଦୁହିଁଙ୍କ ମଧ୍ୟରେ ଜଣେ ନାବାଳକ ଥିଲା। ଚୋରଙ୍କୁ ବାନ୍ଧି ମାଡ ଦେଉଥିବାର ଫୋଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି।ସୂଚନା ମୁତାବକ ସ୍କୁଟିରେ ଦୁଇଜଣ ଯୁବକ ପିଚୁକୁଳି ବଜାର ଆସି ଜଣେ ସ୍କୁଟି ବସି ଲୋକଙ୍କ ଉପରେ ନଜର ରଖୁଥିବା ବେଳେ ଅନ୍ୟଜଣେ ଏକ ବାଇକ ଧରି ଚମ୍ପଟ ମାରିଥିଲା ।

ତେବେ ଏହି ସମୟରେ ଲୋକେ ଦେଖି ହୋହାଲ୍ଲା କରି ଲୁଟେରାଙ୍କ ପିଛା କରିଥିଲେ । ଶେଷରେ ବାଇକ ଲୁଟେରା ଦୁଇଜଣ ଚମ୍ପାଇଲୋ ପାଖରେ ଲୋକଙ୍କ ହାତରେ ଧରାପଡିଥିଲେ । ଏ ସମ୍ପର୍କରେ କିନ୍ତୁ ବେଗୁନିଆ ପୋଲିସ ପାଖରେ କିଛି ଖବର ନାହିଁ ବୋଲି ଥାନା ଅଧିକାରୀ କହୁଥିବା ବେଳେ ପିପିଲି ଘଟଣା ପରେ ଥାନା ଆଇଆଇସି କୌଣସି ରିସ୍କ ନେଉ ନାଂହାନ୍ତି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.