Below header

ବିଲକୁ ବିଲ ଡେଇଁଲା ନିଆଁ, ଜଳିଗଲା ପାଚିଲା ଧାନ ଖେତ

ବିଲକୁ ବିଲ ଡେଇଁଲା ନିଆଁ । ପ୍ରାୟ ଏକ କିଲୋମିଟର ଅଞ୍ଚଳରେ ନିଆଁ ଲାଗି ଘଟିଛି ବ୍ୟାପକ କ୍ଷୟକ୍ଷତି । ୧୬ ନମ୍ବର ଜାତୀୟ ରାଜପଥ ନିକଟ ବାଲେଶ୍ୱର ଜିଲ୍ଲା ଇଚ୍ଛାପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ବାଲେଶ୍ୱର(କେନ୍ୟୁଜ): ବିଲକୁ ବିଲ ଡେଇଁଲା ନିଆଁ । ପ୍ରାୟ ଏକ କିଲୋମିଟର ଅଞ୍ଚଳରେ ନିଆଁ ଲାଗି ଘଟିଛି ବ୍ୟାପକ କ୍ଷୟକ୍ଷତି । ୧୬ ନମ୍ବର ଜାତୀୟ ରାଜପଥ ନିକଟ ବାଲେଶ୍ୱର ଜିଲ୍ଲା ଇଚ୍ଛାପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଗାଁର ଜଣେ ବ୍ୟକ୍ତି ନିଜ ଜମିରେ ନିଆଁ ଲଗାଇବା ପରେ ବିଲକୁ ବିଲ ନିଆଁ ବ୍ୟାପିଥିଲା । ଶୁଖିଲା କୁଟାରେ ନିଆଁ ଲାଗି ଏଭଳି ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.