ପଶ୍ଚିମବଙ୍ଗ : ସାର୍ବଜନୀନ ଶୌଚାଳୟରୁ ମିଳିଲା ୯ଟି ବୋମା, ଲୋକେ ଆତଙ୍କିତ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ସାର୍ବଜନୀନ ଶୌଚାଳୟର ୨ଟି ବ୍ୟାଗରେ ଭର୍ତ୍ତି ହୋଇ ୯ଟି ବୋମା ରହିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ପବ୍ଲିକ ଶୌଚାଳୟରୁ ୯ଟି ବୋମା ମିଳିଛି । ବୋମା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସାର୍ବଜନୀନ ଶୌଚାଳୟର ୨ଟି ବ୍ୟାଗରେ ଭର୍ତ୍ତି ହୋଇ ୯ଟି ବୋମା ରହିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ବୋମା ଭର୍ତ୍ତି ବ୍ୟାଗ ଦୁଇଟି ମୁର୍ଶିଦାବାଦ ଜିଲ୍ଲର ବରନ୍ୟା ପୋଲିସ ଷ୍ଟେସନ ନିକଟ ସୋଥିୟା ସାର୍ବଜନୀନ ଶୌଚାଳୟରେ ମିଳିଛି ।

ତେବେ ସାର୍ବଜନୀନ ଶୌଚାଳୟରେ ବୋମା ମିଳିବା ପରେ ପୋଲିସ ଘଟଣାର ଯାଞ୍ଚ କରୁଛି । ବୋମା ଭର୍ତ୍ତି ବ୍ୟାଗ କିଏ ଶୌଚାଳୟରେ ରଖିଲା, ତାହାକୁ ପୋଲିସ ପଚରାଉଚରା କରୁଛି । ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ମଧ୍ୟ ଯାଞ୍ଚ କରୁଛି । ଏତେ ମାତ୍ରାରେ ବୋମା ମିଳିବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ସାର୍ବଜନୀନ ଶୌଚାଳୟକୁ ଅଧିକ ସଂଖ୍ୟାରେ ଲୋକ ବ୍ୟବହାର କରୁଛନ୍ତି । ସବୁଠାରୁ ଅଧିକ କାମ କରୁଥିବା ଲୋକ ଏଠାକୁ ଆସନ୍ତି । ସୋମବାର ଦିନ ଜଣେ ଶ୍ରମିକ ଏହି ବ୍ୟାଗ ଦେଖିବା ପରେ ଡ୍ୟୁଟିରେ ଥିବା ଗାର୍ଡଙ୍କୁ ଖବର ଦେଇଥିଲେ । ସନ୍ଦିଗ୍ଧ ଅବସ୍ଥାରେ ରହିଥିବାରୁ କେହି ଖୋଲିନଥିଲେ, ଏହାପରେ ପୋଲିସକୁ ଖବର ଦେଇଥିଲେ ।

ଦୁଇଟି ବ୍ୟାଗରେ ୯ଟି ଅଫୁଟା ବୋମା ପୋଲିସକୁ ମିଳିଛି । ପୋଲିସ ବୋମା ନିରୋଧକ ସ୍କ୍ଵାର୍ଡକୁ ଖବର ଦେଇ ବୋମାକୁ ଜବତ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.