Below header

ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇବେ ସ୍ୱତନ୍ତ୍ର ବାଟାଲିୟନ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିୟୋଜିତ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ସ୍ବତନ୍ତ୍ର ସୁରକ୍ଷା ବାହିନୀ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇବେ। ସ୍ବତନ୍ତ୍ର ସୁରକ୍ଷା ବାହିନୀ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।

ପୁରୀ(କେନ୍ୟୁଜ):  ଶ୍ରୀମନ୍ଦିର ସୁରକ୍ଷା ପାଇଁ ନିୟୋଜିତ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ସ୍ବତନ୍ତ୍ର ସୁରକ୍ଷା ବାହିନୀ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇବେ। ସ୍ବତନ୍ତ୍ର ସୁରକ୍ଷା ବାହିନୀ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । 5T ଅଧ୍ୟକ୍ଷ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଶ୍ରୀମନ୍ଦିର ସୁରକ୍ଷା, ଭିଡ଼ ପରିଚାଳନାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବାଟାଲିୟନରେ ୧୧୯୦ ସୁରକ୍ଷା କର୍ମୀ ରହିବେ । ଏହା ଶ୍ରୀମନ୍ଦିର ସୁରକ୍ଷା ବାହିନୀ (ssb) ଭାବେ ନାମିତ ହେବ । ଏହି ବାଟାଲିୟନ ପୁରୀ ଏସପିଙ୍କ ଅଧୀନରେ କାମ କରିବେ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଜନସମାଗମ ବଢ଼ିବା ନେଇ ଏପରି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.