ସକାଳର ଚା ସହିତ ଆଦୌ ବି ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ୍‌ ପଡିବେ ହଇରାଣରେ

ଏହି ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଶୀତ ସକାଳରେ ଗରମ ଚା’ ପିଇବା ପାଇଁ ପସନ୍ଦ କରିଥାନ୍ତି । କପେ ଗରମ ଚା’ ପିଇଦେଲେ ମନକୁ ଖୁବ ଶାନ୍ତି ମିଳେ। ତେବେ କିଛି ଲୋକ ଚା’ ସହିତ ବିସ୍କୁଟ ବା ଅନ୍ୟ କିଛି ଜିନିଷ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏମିତି କିଛି ଜିନିଷ ଅଛି, ଯାହାକୁ ସକାଳର ଚା’ ସହ ଖାଇବା ଖୁବ ଭୟଙ୍କର ପରିଣାମ ଦେଇଥାଏ ।

ଏବେ ଶୀତ ଋତୁ ଚାଲିଛି । ସବୁଠି ଖେଳିଛି ଶୀତର ଲହରୀ । ପ୍ରବଳ ଥଣ୍ଡାରେ ଥରୁଛି ସାରା ଦେଶର ବିଭିନ୍ନ ସହର । ତେଣୁ ଅନେକ ଲୋକ ଏହି ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଶୀତ ସକାଳରେ ଗରମ ଚା’ ପିଇବା ପାଇଁ ପସନ୍ଦ କରିଥାନ୍ତି । କପେ ଗରମ ଚା’ ପିଇଦେଲେ ମନକୁ ଖୁବ ଶାନ୍ତି ମିଳେ। ତେବେ କିଛି ଲୋକ ଚା’ ସହିତ ବିସ୍କୁଟ ବା ଅନ୍ୟ କିଛି ଜିନିଷ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏମିତି କିଛି ଜିନିଷ ଅଛି, ଯାହାକୁ ସକାଳର ଚା’ ସହ ଖାଇବା ଖୁବ ଭୟଙ୍କର ପରିଣାମ ଦେଇଥାଏ ।

ଶୀତ ସକାଳରେ ଚା’ ପିଇବାକୁ ଭାରୀ ଇଚ୍ଛା ହୁଏ । କିନ୍ତୁ ମନେ ରଖନ୍ତୁ ଏହି ଚା’ ପିଉଛନ୍ତି ଯଦି, ତାହେଲେ କେବେ ଥଣ୍ଡା ପାଣି କିମ୍ବା କୌଣସି ଥଣ୍ଡାଜାତୀୟ ପାନୀୟଦ୍ରବ୍ୟ ପିଅନ୍ତୁ ନାହିଁ । କିଛି ଲୋକଙ୍କୁ ଚା’ ପିଇବା ସମୟରେ ଖଟା ଖାଦ୍ୟ ଖାଇବା ପାଇଁ ଭଲ ଲାଗେ । ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ଏହିସବୁ ଖାଦ୍ୟ ଖାଇଲେ ଆପଣଙ୍କୁ ଏସିଡିଟି, ପାଚନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ହୋଇପାରେ । ଯେବେ ବି ଆପଣ ଚା’ ପିଉଛନ୍ତି, ଏହାସହିତ କେବେ ସାଲାଡ ଖାଇବାରୁ ନିବୃତ୍ତ ରୁହନ୍ତୁ । ଅଧିକାଂଶ ଲୋକେ ସକାଳର ଜଳଖିଆରେ ହାଲକା ସାଲାଡ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଏହାକୁ ଚା’ ସହ ଖାଇବା ବଡ଼ ବିପଦ ହୋଇପାରେ ।

ସେହିପରି ସକାଳର ଚା’ ସହ ଅଣ୍ଡା ଖାଇବା ବି ଉଚିତ ନୁହେଁ । ଆଣ ଯେବେ ବି ଚା’ ପିଅନ୍ତୁ, ସେଥିରେ ଅଣ୍ଡା କେବେ ହେଲେ ଖାଆନ୍ତୁ ନାହିଁ । ଅଧିକାଂଶ ଲୋକ ଜଳଖିଆରେ ସିଜା ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କୁ ଏଥିରୁ ବିରତ ରହିବାକୁ ପଡ଼ିବ । କଞ୍ଚା ପିଆଜ ଖାଇବା ମଧ୍ୟ ବନ୍ଦ କରିବା ଉଚିତ୍ । ଚା’ ସହିତ କଞ୍ଚା ପିଆଜ ଖାଇବା ଦ୍ୱାରା ଅନେକ କ୍ଷତି ହୋଇପାରେ । ଚା’ ଏବଂ ପିଆଜ ମିଶିଲେ ପେଟରେ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଆଦି ବଢାଇ ଦେଇଥାଏ । ଏହାଦ୍ୱାରା ଖାଦ୍ୟର ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି ହୁଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.