କାହିଁକି ମହିଳାଙ୍କ କାନ୍ଦ ଦେଖିଲେ ତରଳିଯାଏ ପୁରୁଷଙ୍କ ମନ, ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

କାହିଁକି ମହିଳାଙ୍କ କାନ୍ଦ ଦେଖିଲେ ତରଳିଯାଏ ପୁରୁଷଙ୍କ ମନ । କାହିଁକି ନିଜ କାନ୍ଦକୁ ହାତିଆର ବନାଇ ଚାଲନ୍ତି ମହିଳା । ମହିଳାଙ୍କ କାନ୍ଦରେ ଏମିତି କଣ ଅଛି? ଯାହାକୁ ଦେଖି ପୁରୁଷଙ୍କ ରାଗ ଶାନ୍ତ ହୋଇଯାଏ ।

କାହିଁକି ମହିଳାଙ୍କ କାନ୍ଦ ଦେଖିଲେ ତରଳିଯାଏ ପୁରୁଷଙ୍କ ମନ । କାହିଁକି ନିଜ କାନ୍ଦକୁ ହାତିଆର ବନାଇ ଚାଲନ୍ତି ମହିଳା । ମହିଳାଙ୍କ କାନ୍ଦରେ ଏମିତି କଣ ଅଛି? ଯାହାକୁ ଦେଖି ପୁରୁଷଙ୍କ ରାଗ ଶାନ୍ତ ହୋଇଯାଏ । ସାଧାରଣତଃ ଲୋକମାନେ କୁହନ୍ତି ଯେ ମହିଳାଙ୍କ କାନ୍ଦ ଦେଖି ପୁରୁଷମାନେ ତରଳିଯାନ୍ତି । କିନ୍ତୁ ଏହି କଥା ପଛରେ କେତେ ସତ୍ୟତା ରହିଛି ତାହା କେହି କେବେ ବୋଧହୁଏ ଜାଣିନଥିବେ । କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି ଏହା ପଛରେ ଥିବା ରାଜ୍‌ ।

ଜଣେ ମହିଳା କାନ୍ଦୁଥିବାର ଦେଖି ପୁରୁଷମାନେ ବେଶ୍‌ ଅସହଜ ହୋଇପଡୁଥିବା କଥା ବିଭିନ୍ନ ସିରିଏଲ୍ ଓ ସିନେମାରେ ଦେଖିବାକୁ ମିଳିଥାଏ। ମହିଳାଙ୍କ କାନ୍ଦ ବନ୍ଦ କରିବା ଲାଗି ପୁରୁଷମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରନ୍ତି। ବାସ୍ତବରେ ଜଣେ ମହିଳା କାନ୍ଦିବା ସମୟରେ ପୁରୁଷର ହିଂସ୍ର ଆଚରଣ କମିଯାଏ ବୋଲି ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି। ଇସ୍ରାଏଲ୍‌ର ‘ୱେଜମାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସେସ୍‌’ର ମସ୍ତିଷ୍କ ବିଜ୍ଞାନ ବିଭାଗର ଗବେଷକମାନଙ୍କ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ମହିଳାଙ୍କ ଲୁହରେ ଏକ ପ୍ରକାର ସୁଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ରହିଥାଏ ଯାହା ପୁରୁଷଙ୍କୁ କମ୍‌ ଆକ୍ରମଣାତ୍ମକ କରିଥାଏ। ମହିଳାଙ୍କ ଲୁହର ବାସ୍ନା ପୁରୁଷଙ୍କ ମସ୍ତିଷ୍କରେ ଏଭଳି ସ୍ନାୟବିକ ପ୍ରତିକ୍ରିୟା ଘଟାଇଥାଏ ଯାହା ହିଂସ୍ର ଆଚରଣକୁ ପ୍ରଶମିତ କରିଦେଇଥାଏ।

ପରୀକ୍ଷାଗାରରେ ମୂଷାମାନଙ୍କୁ ନେଇ ସେମାନେ କରିଥିବା ଅନୁଧ୍ୟାନ ଅନୁଯାୟୀ, ମହିଳାଙ୍କ ଲୁହର ଗନ୍ଧ ବାରିଲା ପରେ ମୂଷାମାନଙ୍କ ଆକ୍ରମଣାତ୍ମକ ପ୍ରବୃତ୍ତି ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଥିଲା। ଏ ପ୍ରକାର ଗନ୍ଧଭିତ୍ତିକ ଯୋଗାଯୋଗକୁ ସେମାନେ ‘ସୋସିଆଲ୍‌ କେମୋ ସିଗ୍‌ନାଲିଂ’ କହିଛନ୍ତି। ସେହିପରି ପୁରୁଷମାନଙ୍କୁ ଏକ ଖେଳ ମାଧ୍ୟମରେ ଅନୁରୂପ ପରୀକ୍ଷା କରାଯାଇ ମହିଳାଙ୍କ ଲୁହରେ ପୁରୁଷଙ୍କ ବ୍ୟବହାର ପ୍ରଭାବିତ ହେଉଥିବା କଥା ସ୍ପଷ୍ଟ ହୋଇଛି। ମହିଳାଙ୍କ ଲୁହର ଗନ୍ଧ ଶୁଂଘିଲା ପରେ ଜଣେ ପୁରୁଷର ପ୍ରତିଶୋଧ ପରାୟଣତା ୪୦ ପ୍ରତିଶତ କମିଯାଇଥାଏ ବୋଲି ଏହି ପରୀକ୍ଷଣରୁ ଜଣାପଡ଼ିଛି। ଏହି ସମୟରେ ପୁରୁଷ ମସ୍ତିଷ୍କର ଏମ୍‌ଆର୍‌ଆଇ ସ୍କାନ୍‌ କରି ମଧ୍ୟ ସେଥିରେ ପ୍ରତିକ୍ରିୟା ଜନିତ ଅନୁରୂପ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।

Leave A Reply

Your email address will not be published.