Below header

ଚୋରି କିମ୍ବା ହଜି ଯାଇଥିବା ମୋବାଇଲରୁ ସମସ୍ତ ଡାଟା ଡିଲିଟ୍ କେମିତି କରିବେ ଜାଣନ୍ତୁ

ଯଦି ଆପଣଙ୍କର ମୋବାଇଲଟି ହଠାତ୍ ହଜିଯାଏ, ତେବେ ଆପଣ କ’ଣ କରିବେ? ଉକ୍ତ ମୋବାଇଲରେ ଆପଣଙ୍କର କଲ ହିଷ୍ଟ୍ରି, ହ୍ୱାଟସଆପ, ମେସେଜ୍, କଣ୍ଟାକ୍ଟ ନମ୍ବର, ଫଟୋ, ଭିଡିଓ, ବ୍ୟାଙ୍କ ଡାଟା ଏବଂ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ରହିଥାଏ । ତେଣୁ କୌଣସି ଅସାମାଜିକ ବ୍ୟକ୍ତିଙ୍କ ହାତକୁ ଏହି ତଥ୍ୟ ଚାଲିଗଲେ ତାହା ଆପଣଙ୍କ ପାଇଁ ନିଶ୍ଚିତ ଭାବେ ସମସ୍ୟାକୁ ଡାକି ଆଣିବ ।

ଏବେ ତ ମୋବାଇଲ ବିନା ଯେମିତି ଗୋଟେ ମୁହୂର୍ତ୍ତ ବଞ୍ଚିବା କଷ୍ଟକର ହୋଇପଡୁଛି । ମୋବାଇଲ ସମସ୍ତଙ୍କ ଜୀବନର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । କଥାବାର୍ତ୍ତା ଠାରୁ ଆରମ୍ଭ କରି ଫିଲ୍ମ ଦେଖିବା, ଆର୍ଥିକ ଟ୍ରାଞ୍ଜାକସନ କରିବା ଏବଂ ଆହୁରି ଅନେକ ଜିନିଷ ମୋବାଇଲର ବ୍ୟବହାର ଦ୍ୱାରା କରାଯାଇଥାଏ । ଏପରି ସ୍ଥଳେ ଯଦି ଆପଣଙ୍କର ମୋବାଇଲଟି ହଠାତ୍ ହଜିଯାଏ, ତେବେ ଆପଣ କ’ଣ କରିବେ? ଉକ୍ତ ମୋବାଇଲରେ ଆପଣଙ୍କର କଲ ହିଷ୍ଟ୍ରି, ହ୍ୱାଟସଆପ, ମେସେଜ୍, କଣ୍ଟାକ୍ଟ ନମ୍ବର, ଫଟୋ, ଭିଡିଓ, ବ୍ୟାଙ୍କ ଡାଟା ଏବଂ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ରହିଥାଏ । ତେଣୁ କୌଣସି ଅସାମାଜିକ ବ୍ୟକ୍ତିଙ୍କ ହାତକୁ ଏହି ତଥ୍ୟ ଚାଲିଗଲେ ତାହା ଆପଣଙ୍କ ପାଇଁ ନିଶ୍ଚିତ ଭାବେ ସମସ୍ୟାକୁ ଡାକି ଆଣିବ ।

କିନ୍ତୁ ଯଦି ଆପଣ ଚାହିଁବେ ଘରେ ବସି ଚୋରି ମୋବାଇଲର ସମସ୍ତ ଡାଟାକୁ ଡିଲିଟ୍ କରିପାରିବେ । ଏଥିପାଇଁ କେବଳ ଗୋଟିଏ ଜିନିଷର ଆବଶ୍ୟକତା ଅଛି । ତାହା ହେଉଛି, ଚୋରି ମୋବାଇଲର ଇଣ୍ଟରନେଟ୍ ଡାଟା ଅନ୍ ଥିବା ଦରକାର । ପ୍ରଥମେ ଆପଣଙ୍କୁ ଅନ୍ୟ ଏକ ମୋବାଇଲରେ କ୍ରୋମ, ଓପେରା ବା ଅନ୍ୟ ଯେ କୌଣସି ବ୍ରାଉଜର ଖୋଲିବାକୁ ପଡ଼ିବ । ଏହାପରେ ଗୁଗଲରେ ଆପଣ ‘ଫାଇଣ୍ଡ ମାଇଁ ଡିଭାଇସ’ ଲେଖି ସର୍ଚ୍ଚ କରିବାକୁ ପଡ଼ିବ ।

ଏହା ପରେ ଫାଇଣ୍ଡ ମାଇଁ ଡିଭାଇସ- ଗୁଗଲରେ ପ୍ରଥମେ ଆସିବ, ତା’ ଉପରେ କ୍ଲିକ କରିବାକୁ ପଡ଼ିବ । ଏହାପରେ ଆପଣଙ୍କୁ ଇ-ମେଲ ଲଗ୍ ଇନ୍ କରିବାକୁ ମାଗିବ । ଆପଣଙ୍କୁ ନିଜର ପୁରୁଣା ଫୋନରେ ଲଗ୍ ଇନ୍ ହୋଇଥିବା ଇ-ମେଲକୁ ଏଇ ଫୋନରେ ଲଗ୍ ଇନ୍ କରିବାକୁ ପଡ଼ିବ । ଏହାପରେ ଚୋରି ମୋବାଇଲର ଲୋକେସନ ଦେଖାଇବା ସହ ତା’ର ନାମ, କେଉଁ କମ୍ପାନୀ ସିମ ଲାଗିଛି, ଚାର୍ଜ କେତେ ଅଛି ସବୁ ଦେଖାଇଦେବ ।

ଏହାପରେ ଆପଣଙ୍କୁ ପ୍ଲେ ସାଉଣ୍ଡ, ସେକ୍ୟୁଅର ଡିଭାଇସ ଓ ଇରେଜ ଡିଭାଇସ ଆଦି ତିନୋଟି ଅପ୍ସନ୍ ଦେଖାଦେବ । ଆପଣଙ୍କୁ ଚୋରି ମୋବାଇଲକୁ ଫର୍ମାଟ କରିବା ପାଇଁ ହେଲେ ତୃତୀୟ ଅପ୍ସନ ଯେଉଁଟାକି ଇରେଜ୍‌ ଡିଭାଇସ୍‌ ତାକୁ ବାଛିବାକୁ ପଡ଼ିବ । ତେବେ ଏକଥା ଜାଣିବା ଜରୁରୀ ଯେ, ଆପଣ ଥରେ ଚୋରି ହୋଇଥିବା ମୋବାଇଲକୁ ଫର୍ମାଟ କରିବା ପରେ ତା’ର ଲୋକେସନ ପାଇପାରିବେ ନାହିଁ । ଇରେଜ କରିବା ପୂର୍ବରୁ ଆପଣଙ୍କୁ ଇମେଲ ପାସୱାର୍ଡ ମାଗିବ । ଏହାପରେ ପରମାନେଣ୍ଟ ଇରେଜ ମାଗିବ । ଆପଣ ଇରେଜ ଉପରେ କ୍ଲିକ କରିବା ପରେ ଉକ୍ତ ମୋବାଇଲଟି ଅଟୋମେଟିକ ଅଫ୍ ଅନ୍ ହୋଇ ସମସ୍ତ ଡାଟା ଡିଲିଟ୍ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.