ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କା ୩ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୩ ଜଣଙ୍କର ଜୀବନ। NH 16 ଚଣ୍ଡିଖୋଲ ଛତିଆ ରାସ୍ତାର କଡେଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଯାଜପୁର (କେନ୍ୟୁଜ) : ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା ୩ ଜଣଙ୍କର ଜୀବନ। NH 16 ଚଣ୍ଡିଖୋଲ ଛତିଆ ରାସ୍ତାର କଡେଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ବାଇକରେ ଥିବା ୩ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ମୃତକ ମାନେ ଧର୍ମଶାଳା ଅଂଚଳର ବୋଲି ସୂଚନା ମିଳିଛି।