ଭଦ୍ରକ: ଘରେ ଶୋଇଥିବା ଅବସ୍ଥାରେ ପଶିଲେ ଡକାୟତ, ମାଡ଼ପିଟି କରି ଲୁଟିନେଲେ ଅଢେଇ ଲକ୍ଷ ଟଙ୍କ ଓ ସୁନାଗହଣା

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ମଧୁସୁଦନପୁର ଗାଁରେ ଶସସ୍ତ୍ର ଡକାୟତି। ଏହି ଗାଁର ଉମାକାନ୍ତ ପାଣିଗ୍ରାହୀଙ୍କ ଘରେ ଡକାୟତି। ଏନେଇ ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଉମାକାନ୍ତଙ୍କ ପରିବାର ଲୋକ ଖାଇପିଇ ଶୋଇଥିବାବେଳେ , ରାତି ପ୍ରାୟ ୨ଟା ସମୟରେ ପ୍ରାୟ ୮ଜଣ ଲୁଟେରା ଘରର ପଛପାଖ କବାଟକୁ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ପରେ ଉମାକାନ୍ତ ଓ ତାଙ୍କର ସ୍ତ୍ରୀ ଶୋଇଥିବା ଘରେ ଡକାୟତ ପଶିଥିଲେ।

basudevpur 2

ଉମାକାନ୍ତଙ୍କୁ ମାଡ ମାରିବା ସହ, ହାତରେ ଧରିଥିବା ମାରଣାସ୍ତ୍ରକୁ ଧରି ଧସ୍ତାଧସ୍ତି ହେଉଥିବା ସମୟରେ ଉମାକାନ୍ତଙ୍କ ହାତ ଓ ଗାଲରେ ଆଘାତ ଲାଗିଥିଲା। ପରେ ଲୁଟେରା ମାନେ ଘର ଭିତରେ ଥିବା ଆଲମିରାକୁ ଭାଙ୍ଗି ନଗଦ ୨ ଲକ୍ଷ ୫୦ହଜାର ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଉମାକାନ୍ତ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବାସୁଦେବପୁର ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.