Below header

ନରସିଂହପୁରର କମଳାଦେଇପୁରରେ କଳା ପଲସରରେ ଆତଙ୍କ ଖେଳାଇଲେ ୩ଦୁର୍ବୃତ୍ତ: ଦିନ ଦ୍ୱିପହରରରେ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ୮୦ ହଜାର ଟଙ୍କା

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ବ୍ଲକ ନରସିଂହପୁର ଥାନା କମଳାଦେଇପୁରରେ ସଶସ୍ତ୍ର ଡକାୟତି । ଦିନ ଦ୍ୱିପହରରରେ କଳା ପଲସରରେ ୩ଜଣ ଦୁର୍ବୃତ୍ତ ଆସି ଗ୍ରାହକ ସେବା କେନ୍ଦ୍ରର ଅପରେଟରର ମୁଣ୍ଡରେ ବନ୍ଧୁକ ଲଗାଇ ୮୦ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଛନ୍ତି ।

ଏନେଇ ଗ୍ରାହାକ ସେବା କେନ୍ଦ୍ର ତରଫରୁ ନରସିଂହପୁର ଥାନାରେ ହୋଇଛି। ପୋଲିସ ତଦନ୍ତ କରୁଥିବା ସହ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରୁଛି । ବାରମ୍ଭାର ନରସିଂହପୁରରେ ଏଭଳି ଘଟନା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.