ଅନ୍‌ଲାଇନ୍‌ ବିଲଡିଂ ପ୍ଲାନ୍‌ ବ୍ୟବସ୍ଥାର ଶୁଭାରମ୍ଭ: ଏଣିକି ଘରେ ବସି ପାଇପାରିବେ କୋଠାର ଅନୁମୋଦନ

ଭୁବନେଶ୍ବର: ଅନ୍‌ଲାଇନ୍‌ ବିଲଡିଂ ପ୍ଲାନ୍‌ ବ୍ୟବସ୍ଥାର ଶୁଭାରମ୍ଭ । ସହରାଞ୍ଚଳର ଲୋକେ ଆଉ ସର୍ବନିମ୍ନ ଘର ଖଣ୍ଡିଏ ନିର୍ମାଣ ପାଇଁ ଏହାର ଅନୁମୋଦନ ଲାଗି ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ । ଗୋଟିଏ ମହଲାରୁ ଆରମ୍ଭ କରି ଭୂତଳ ଯୁକ୍ତ ଦୁଇ ମହଲା କୋଠାର ଅନୁମୋଦନ ଲୋକେ ଏଣିକି ଘରେ ବସି ପାଇପାରିବେ । ଏଥିପାଇଁ ଆବଶ୍ୟକ କାଗଜପତ୍ର ସହ ସରକାରୀ ଦେୟ ଅନ୍‌ଲାଇନ୍‌ରେ ଦେଲେ ୪୮ ଘଣ୍ଟାରେ କୋଠା ଅନୁମୋଦନ ମିଳିବ । ଅନ୍‌ଲାଇନ୍‌ ବିଲଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଏବେ 5T ଆଧାରରେ ନୂତନ ଜ୍ଞାନକୌଶଳର ପ୍ରୟୋଗ କରି କମ୍‌ ସମୟ ମଧ୍ୟରେ ସ୍ୱଚ୍ଛତା ଓ ସାଧୁତା ଆଧାରରେ ଲୋକେ କିଭଳି ସବୁ ପ୍ରକାର ସେବା ଗୋଟିଏ ଛାତ ତଳେ ପାଇପାରିବେ ସେନେଇ ଗୁରୁତ୍ୱ ଦେଇଛି ବିଭାଗ । ଓଡିଏ ଅଧିନିୟମ ୧୯୮୨ ଅନୁଯାୟୀ ଓବିପିଏଏସ୍‌ ନାଗରିକ, ସ୍ଥପତି ଏବଂ ବୈଷୟିକ ବ୍ୟକ୍ତିଙ୍କ ଆବଶ୍ୟକତା ପୂରଣ କରାଯିବ ।

ବିଲଡିଂ ଅନୁମତି ଏବଂ ସାର୍ଟିଫିକେଟ୍‌ ପ୍ରୟୋଗ ଗୁଡିକର ଅନ୍‌ଲାଇନ୍‌ ଅନୁମୋଦନ ସହିତ ସ୍ୱୟଂଚାଳିତ ଫି ହିସାବ, ଆଦାୟ ଓ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା ସହିତ ଅନ୍‌ଲାଇନ୍‌ ଦେୟକୁ ସହଜ କରିବ । ଏହି ବ୍ୟବସ୍ଥାରେ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଏକ ନିରନ୍ତର ଓ ସମନ୍ଵିତ କାର୍ଯ୍ୟ ପ୍ରବାହ ଧାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.