ରୂପି ଏବଂ କେଶ ଝଡିବା ସମସ୍ୟାରେ ବ୍ୟବହାର କରନ୍ତୁ ଗୋଲମରିଚ, ତୁରନ୍ତ ହେବ ସମସ୍ୟାର ସମାଧାନ୍‌

ଆଜିକାଲି ମୁଣ୍ଡରେ ରୂପି ହେବା ଏକ ସାଧାରଣ କଥା ହୋଇଗଲାଣି। କେବଳ ଶୀତ ଋତୁ ନୁହେଁ ସବୁ ଋତୁରେ ରୂପି ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଡ୍ୟାନଡ୍ରଫ୍‌ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ମାର୍କେଟରୁ ବିଭିନ୍ନ ପ୍ରକାର ହେୟାର ପ୍ରଡକ୍ଟସର ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏହାଦ୍ୱାରା ଫାଇଦା ମିଳିନଥାଏ ବରଂ ଆପଣଙ୍କ କେଶ ଆହୁରି ଅଧିକ ଖରାପ ହୋଇଯାଇଥାଏ। ଏମିତିରେ ଆପଣ ଚାହିଁବେ ତ କେଶରେ ଗୋଲମରିଚ ବ୍ୟବହାର କରିପାରିବେ। ଆଜ୍ଞା ହଁ, ଏଥିରେ ଏମିତି ଗୁଣ ରହିଛି ଯାହା ଆପଣଙ୍କ କେଶକୁ ମଜବୁତ୍‌, ଚମକଦାର, ମୁଲାୟମ କରିଥାଏ।
ଗୋଲମରିଚ ବହୁତ ଭଲ ହେୟାର ପ୍ରଡକ୍ଟସ ହେବା ସହିତ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ରହିଥାଏ। ଏହା ରୂପି ସମସ୍ୟାକୁ ଦୂର କରିବା ସହିତ କେଶକୁ ଲମ୍ବା କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ ଆପଣଙ୍କ ଦୁଇମୁହାଁ କେଶ ସହିତ ସ୍କାଲପ୍‌ ଇନଫେକସନକୁ ମଧ୍ୟ ଭଲ କରେ।

୩୦୦ ଗ୍ରାମ ନଡିଆ ତେଲରେ ୩ ଗ୍ରାମ ଗୋଲମରିଚ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ। ଏହାପରେ ଏହି ନଡିଆ ତେଲକୁ ସ୍କାଲପରେ ଲଗାନ୍ତୁ ଏବଂ ଧିରେ ଧିରେ ମାଲିସ୍‌ କରନ୍ତୁ। ଅଧାରୁ ଏକ ଘଣ୍ଟା ରଖିବା ପରେ ସାମ୍ପୁ କରିଦିଅନ୍ତୁ। ଏହାକୁ ସପ୍ତାହରେ ୨ରୁ୩ ଥର ବ୍ୟବହାର କରନ୍ତୁ। ଏହା କେଶକୁ କୌଣସି କ୍ଷତି ନପହଁଚାଇ ପ୍ରାକୃତିକ ଲୁକ୍‌ ଦେଇଥାଏ।

black papperଗୋଲମରିଚରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଆପଣଙ୍କୁ ଅସମୟରେ ଧଳା କେଶ ସମସ୍ୟାରୁ ଛୁଟକାରା ଦେଇପାରେ। ଏଥିପାଇଁ ୩ ଚାମଚ ଦହିରେ ଏକ ଚାମଚ ଗୋଲମରିଚ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ଏହାକୁ ସ୍କାଲ୍ପରେ ଭଲଭାବେ ଲଗାଇ ଦିଅନ୍ତୁ। ପ୍ରାୟ ୧ ଘଣ୍ଟା ଲଗାଇ ରଖିବା ପରେ ମାଇଲ୍ଡ ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।

ଗୋଲମରିଚକୁ ଅଲିଭ ଅଏଲରେ ମିଶାଇ ଲଗାଇବା ଦ୍ୱାରା ଆପଣଙ୍କ କେଶ ବହୁତ ଜଲଦି ବଢ଼ିଯିବ। କାହିଁକିନା ଅଲିଭ ଅଏଲରେ ଏମିତି ଗୁଣ ରହିଛି, ଯାହା ଆପଣଙ୍କ ସ୍କାଲ୍ପକୁ ଭଲ କରିଦେଇଥାଏ। ଯାହାଦ୍ୱାରା ଆପଣଙ୍କ କେଶ ମଜବୁତ ହେବା ସହିତ ଲମ୍ବା ମଧ୍ୟ ହୋଇଯିବ।

ଯଦି ଆପଣ ନିଜ କେଶକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ୪ ଚାମଚ ଲେମ୍ବୁରେ ଏକ ଚାମଚ ଗୋଲମରିଚ ପାଉଡର ମିଶାଇ ମୁଣ୍ଡରେ ଲଗାନ୍ତୁ। ପ୍ରାୟ ଗୋଟେ ଘଣ୍ଟା ଏମିତି ରଖିବା ପରେ ପାଣି ଏବଂ ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.