କଳାହାଣ୍ଡି: କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ହାତୀ ମୃତ୍ୟୁ, ଜିଲ୍ଲାରେ ୧୨ ଦିନରେ ଗଲାଣି ୪ଟି ହାତୀଙ୍କ ଜୀବନ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ସାଂଘାତିକ ରୂପ ନେଲାଣି ହାତୀ ମୃତ୍ୟୁ । କାର୍ଲାପାଟ ରିଜର୍ଭ ଫରେଷ୍ଟ ଘୁଷୁରୀଗୁଡ଼ି ନିକଟରେ ପୁଣି ଗୋଟିଏ ୪୫ ବର୍ଷୀୟ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ୧୨ ଦିନରେ ୪ଟି ହାତୀଙ୍କ ମୃତ୍ୟୁ ହେଲାଣି ।

ପୂର୍ବରୁ ମୃତ୍ୟୁ ଘଟିଥିବା ହାତୀ ବାକଟିରିଏଲ୍‌ ସେପ୍‌ଟିକ୍‌ ସିମିଆରେ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ଏବେ ଚତୁର୍ଥ ହାତୀର ମୃତ୍ୟୁର କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ଟି. ଅଶୋକ କୁମାର । ଭୁବନେଶ୍ୱରରୁ ଏକ ମେଡିକାଲ ଏକ୍ସପର୍ଟ ଟିମ୍‌ କଳାହାଣ୍ଡି ଯିବ । ହାତୀ ମୃତ୍ୟୁ ଘଟିଥିବା ସ୍ଥାନକୁ ଯାଇ ବନ ବିଭାଗ ସହ ସ୍ଥିତି ଅନୁଧ୍ୟାନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.