Below header

କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରୁ ୪ ଦିନର ଶିଶୁ କନ୍ୟା ନିଖୋଜ ଅଭିଯୋଗ, ଥାନାରେ ମାମଲା ରୁଜୁ କଲେ ପରିବାର

କୋରାପୁଟ: କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରୁ ୪ ଦିନର ଶିଶୁ କନ୍ୟା ନିଖୋଜ ଅଭିଯୋଗ । କୋରାପୁଟ ଟାଉନ ଥାନାରେ ମାମଲା ରୁଜୁ । SNCU ରୁ ଶିଶୁ କନ୍ୟା ହଜିଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗ ପାଇବା ପରେ ହସପିଟାଲକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

କୋରାପୁଟ ମେଡିକାଲ କଲେଜ ହସପିଟାଲରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ହୋଇଯିବା ପରେ ଶିଶୁ କନ୍ୟାକୁ ଅନ୍ୟ ଜଣକ ଜିମାଦେଇ ସ୍ତ୍ରୀର ଶବ ସଂସ୍କାର କରିବାକୁ ଯାଇଥିଲେ ସ୍ୱାମୀ । ପରେ ହସପିଟାଲକୁ ଆସି ଦେଖିବା ବେଳେ ଛୁଆକୁ ଖୋଜି ପାଇନଥିଲେ । ସିସି କ୍ୟାମେରା ଫୁଟେଜ ଆଧାରରେ ଯାଂଚ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.