Below header

ରାୟଗଡା ସହର ଉପକଣ୍ଠ ନିକଟରେ ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡା: ଚଳନ୍ତା ବସ୍‌ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ରାୟଗଡା ସହର ଉପକଣ୍ଠ ନିକଟରେ ଏକ ଘରୋଇ ବସ୍‌ରେ ନିଆଁ ଲାଗିଯାଇଥିଲା । ଗାଡିରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ ।

ବସ୍‌ଟି ନବରଙ୍ଗପୁରରୁ ଗଞ୍ଜାମ ପୋଲସରା ଅଭିମୁଖେ ଯାଉଥିଲା । ବସ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ବସ୍‌ରେ ନିଆଁ ଲାଗିବା ପରେ ଡ୍ରାଇଭର, କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । କ୍ଷତିପୂରଣ ଦାବି କରିଛନ୍ତି ଯାତ୍ରୀ । ରାୟଗଡା ସହରଠାରୁ ୫ କିଲୋମିଟର ଦୂରରେ ବସ୍‌ର ଆଗ ଚକରେ ନିଆଁ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.