Below header

କରୋନା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ୩୧ ତାରିଖ ଯାଏ ରାଉରକେଲା ଏନଆଇଟିର ଛୁଟି ଘୋଷଣା

ରାଉରକେଲା(କେନ୍ୟୁଜ):  କରୋନା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଆସନ୍ତା ୩୧ ତାରିଖ ଯାଏ ଏନଆଇଟି,ରାଉରକେଲା ଛୁଟି ଘୋଷଣା । ଏହି ସମୟରେ ଲାଇବ୍ରେରୀ, ସୁଇମିଂ ପୁଲ, ଜିମ୍ନାସିୟମ ଓ ଅଡିଟୋରିୟମ ବନ୍ଦ ରହିବ । ଛୁଟି ସମୟରେ ଛାତ୍ରଛାତ୍ରୀଙ୍କୁ ଇ-କୋର୍ସ ମେଟେରିଆଲ, ଆସାଇନମେଣ୍ଟ ଅନ୍‌ଲାଇନରେ ବିଭାଗୀୟ ଫାକଲ୍‌ଟିମାନେ ଯୋଗାଇଦେବେ । ଏନଆଇଟି ୧୦ଟି ହଷ୍ଟେଲରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହୁଛନ୍ତି । ସେମାନେ ବ୍ୟତିବ୍ରସ୍ତ ନହୋଇ ହଷ୍ଟେଲରେ ରହିବା ପାଇଁ ପରାମର୍ଶ ଦେବା ସହ କୌଣସି ଛାତ୍ରଛାତ୍ରୀ ଚାହିଁଲେ ୱାର୍ଡେନଙ୍କ ଅନୁମତିରେ ଯାଇପାରିବେ ବୋଲି କୁଳସଚିବ ପ୍ରଫେସର ପ୍ରଦୀପ କୁମାର ଦାସ କହିଛନ୍ତି । ଏନେଇ କୁଳସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଆଲୋଚନା କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.