ଭୁବନେଶ୍ବର: ବନ୍ଦ ହେବ ନାହିଁ ସପିଂ ମଲ ଓ ସୁପର ମାର୍କେଟ, ଗ୍ରାହକ ଓ ବିକ୍ରେତାଙ୍କୁ ସତର୍କତା ପାଇଁ ପରାମର୍ଶ ଦେଲା ବିଏମସି

କେନ୍ୟୁଜ୍(ବ୍ୟୁରୋ): ବନ୍ଦ ହେବନି ସପିଙ୍ଗ ମଲ । ବାହାଘର ଓ ବ୍ରତଘର ଉପରେ କଟକଣା ନାହିଁ । ହେଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କେବଳ ପରିବାର ଲୋକଙ୍କ ମଧ୍ୟରେ ଭୋଜିଭାତ କରନ୍ତୁ । ରିସେପସନ୍‌ ପାର୍ଟିକୁ ବାତିଲ କରନ୍ତୁ । ବହୁ ସଂଖ୍ୟାରେ ଲୋକଙ୍କୁ ଡାକନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେହିପରି ସପିଙ୍ଗ ମଲ ଓ ସୁପର ମାର୍କେଟ ଖୋଲାଯିବା ନେଇ କୌଣସି କଟକଣା କରାଯାଇନାହିଁ । ଏକା ସାଙ୍ଗରେ ଅଧିକ ଲୋକଙ୍କୁ ମଲ ଭିତରକୁ ପ୍ରବେଶ କରାନ୍ତୁ ନାହିଁ । ଗ୍ରାହକଙ୍କୁ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ମଲ ଭିତରେ କୌଣସି ପ୍ରମୋସନ ଇଭେଣ୍ଟ ଆୟୋଜନ ନକରିବାକୁ କୁହାଯାଇଛି । ମଲରେ ଥିବା ବିକ୍ରି କରୁଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ । ଆଲକୋହଲ ଯୁକ୍ତ ସାନିଟାଇଜର ବ୍ୟବହାର କରିବାକୁ କହିଛନ୍ତି ପୋଲିସ କମିଶନର ।

shoping mall1ରାଜ୍ୟ ସରକାର କରୋନା ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ କରୋନା ମୁକାବିଲା ପାଇଁ ବିଏମସି ଓ ବିଡ଼ିଏ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି । ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜଧାନୀରେ ସିନେମା ହଲ, ସ୍କୁଲ ଜିମ୍‌ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦେଶ ଠିକରେ ପାଳନ ହେଉଛି କି ନାହିଁ ଏହି ଟିମ୍‌ ତଦାରଖ କରିବ । କରୋନା କାୟାରୁ ମୁକୁଳିବା ପାଇଁ ଲୋକେ ଏବେ ମାସ୍କ ଓ ସାନିଟାଇଜର ବହୁଳ ବ୍ୟବହାର କରୁଛନ୍ତି । ମାସ୍କ ଓ ସାନିଟାଇଜର କଳାବଜାର ରୋକିବା ପାଇଁ ମେଡିକାଲ ଷ୍ଟୋର ଉପରେ ଅଚାନକ ଚଢ଼ାଉ କରିବେ । ରାଜ୍ୟରେ ମଲ୍‌ ବନ୍ଦ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦେଶନାମା ଜାରି ହୋଇନି । ମଲରେ ବିଭିନ୍ନ ପ୍ରକାର ଦରକାରୀ ସାମଗ୍ରୀ ମିଳୁଥିବାରୁ ମଲକୁ ବନ୍ଦ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.