Below header

ମୋବାଇଲ୍‌ କିଣି ନିଅନ୍ତୁ ନହେଲେ ଅପ୍ରେଲ ୧ରୁ ହେବ ମହଙ୍ଗା, ମୋବାଇଲ୍‌ ଉପରେ ନୂଆ ଜିଏସ୍‌ଟି ୧୨ରୁ ୧୮ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ:  ଆଜି ୩୯ ତମ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି  । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଓ ଅର୍ଥ ସଚିବ ଅଜୟ ଭୁଷଣ ପାଣ୍ଡେଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଜିଏସ୍‌ଟି ଉପରେ କେତକ ପରିବର୍ତ୍ତନ କରାଯାଇଛି ।

ମୋବାଇଲ୍‌ ଫୋନ୍‌ ସାମଗ୍ରୀ ଓ ସେବା ଉପରେ ଜିଏସ୍‌ଟି ୧୨ ପ୍ରତିଶତରୁ ୧୮ ପ୍ରତିଶତ ବୃଦ୍ଧି କରାଯାଇଛି । ସେହିପରି କିଛି ମାତ୍ରାରେ ମୁକ୍ତି ମିଳିଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତାରମଣ ।

mobile-phones-agencies

ଜିଏସ୍‌ଟି ବୈଠକରେ ନିଆଯାଇଥିବା ଅନ୍ୟ କେତକ ନିଷ୍ପତ୍ତି 

•   କ୍ଷୁଦ୍ର ବ୍ୟବସାୟୀଙ୍କୁ ରିହାତି । ବାର୍ଷିକ ୫ କୋଟିରୁ କମ୍‌ ଆୟ କରୁଥିବା ବ୍ୟବସାୟୀଙ୍କ ପାଇଁ ଏଫ୍‌ଓ୍ଵାଇ୧୯ ଭରିବା ସମୟ ୨୦୨୦ ଜୁନ୍‌ ୩୦କୁ ବୃଦ୍ଧି ।

•   ବାର୍ଷିକ ୨ କୋଟିରୁ କମ୍‌ ବ୍ୟବସାୟ ପାଇଁ ଏଫ୍‌ଓ୍ଵାଇ ୧୮ ଓ ୧୯ । ବିଳମ୍ବିତ ଦେୟ ନିଆଯିବ ନାହିଁ ।

•   ବିମାନ ସମ୍ପର୍କିତ ଯନ୍ତ୍ରାଂଶ ଓ ସେବା ଉପରେ ଜିଏସ୍‌ଟି ୧୮ରୁ ୫ ପ୍ରତିଶତକୁ ହ୍ରାସ ।

•    ହାତ ତିଆରି ଡିଆସିଲ ଉପରେ ଜିଏସ୍‌ଟି ୫ରୁ ୧୨ ପ୍ରତିଶତ ଓ ମେସିନ୍‌ ତିଆରି ଡିଆସିଲ ଉପରେ ୧୮ପ୍ରତିଶତ କୁ ବୃଦ୍ଧି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.