ପଶ୍ଚିମ ଓଡ଼ିଶାରେ ଜୋର ଧରିଲା ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ସମ୍ବଲପୁରରେ ସବୁ ରାଜସ୍ୱ ଅଫିସ ବନ୍ଦ

ସମ୍ବଲପୁର (କେନ୍ୟୁଜ୍) : ପଶ୍ଚିମ ଓଡ଼ିଶାରେ ପୁଣି ଜୋର ଧରିଛି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଆଜି ସମ୍ବଲପୁରରେ ସବୁ ରାଜସ୍ୱ ଅଫିସ ବନ୍ଦ କରିଛି ଓକିଲ ସଂଘ । ଜିଲ୍ଲାପାଳ କାର୍ଯ୍ୟାଳୟ, ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ତହସିଲ ଓ ରେଜିଷ୍ଟ୍ରାରରେ ଓକିଲ ସଂଘର କର୍ମକର୍ତ୍ତାମାନେ ପିକେଟିଂ କରୁଛନ୍ତି । ଗତ କିଛି ଦିନ ତଳେ ସମ୍ବଲପୁର ଓକିଲ ସଂଘର କିଛି ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦାବି ଜଣାଇଥିଲେ । ଶୀଘ୍ର ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପ୍ରତିବାଦରେ ଗତକାଲି ଠାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରୁଛି । ବିଧାନସଭା ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ ଜିଲ୍ଲାରେ କୋର୍ଟ କାର୍ଯ୍ୟ ବନ୍ଦ ରଖାଯିବ ବୋଲି ସଂଘ କହିଛି ।

Leave A Reply

Your email address will not be published.