Below header

ସମ୍ବଲପୁର ସିଡିଏମଓ ସେକସନ୍‌ ଅଫିସର ଗିରଫ, ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ସମ୍ବଲପୁର(କେନ୍ଯୁଜ୍): ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି ସମ୍ବଲପୁର ସିଡିଏମଓ ସେକସନ୍‌ ଅଫିସର ମନୋରଞ୍ଜନ ପ୍ରଧାନ । ଲାଞ୍ଚ ନେବା ବେଳେ ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ । ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କର ବକେୟା ଦରମା ବାବଦରେ ବିଲ୍‌ ପାସ କରିବାକୁ ସେ ଲାଞ୍ଚ ନେଉଥିଲେ ।

ଏତିକିବେଳେ ମନୋରଞ୍ଜନ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍‌ । ଏହାପରେ ତାଙ୍କ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ରେଡ୍‌ ହୋଇଥିଲା । ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ ।

ସୂଚନା ଥାଉକି, ବର୍ତ୍ତମାନ ପୁରା ଆକ୍ସନ୍ ମୁଡରେ ଭିଜିଲାନ୍ସ। ଏଇ ଦୁଇ ଦିନ ହେବ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍‌ସ ।

ତାଙ୍କ ନିକଟରୁ ଜବତ ହୋଇଛି ୧୪ କୋଟି ୮୮ ଲକ୍ଷ ୯୧ ହଜାର ଟଙ୍କାର ସମ୍ପତ୍ତି । ଯାହାକି ଆୟର ହଜାରେ ୨୨ ପ୍ରତିଶତ ଅଧିକ । ପ୍ରତାପଙ୍କ ଘରବାଡ଼ି, କୋଠା, ବ୍ୟାଙ୍କ ବାଲାନ୍ସ ଦେଖି ଜଳକା ହୋଇଛି ଭିଜିଲାନ୍ସ ଟିମ୍‌ । ୧୯୮୮ରେ OPHWCରେ ଯୋଗ ଦେଇଥିଲେ ପ୍ରତାପ ସାମଲ । ୨୦୧୩ରେ ଡେପୁଟି ମ୍ୟାନେଜର ପଦବୀକୁ ପଦୋନ୍ନତି ପାଇଥିଲେ । ଜୁନିଅର ଇଞ୍ଜିନିୟରରୁ କ୍ୟାରିୟର ଆରମ୍ଭ କରି ୩୩ ବର୍ଷ ଚାକିରି କାଳରେ ଅମାପ ସମ୍ପତ୍ତିର ମାଲିକ ହୋଇଛନ୍ତି ପ୍ରତାପ ସାମଲ।
ତେବେ ଏହି ଘଟଣା ପରେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସର ଏହି କୁବେର ଡେପୁଟୀ ମ୍ୟାନେଜର ଗତକାଲି ସସପେଣ୍ଡ ହୋଇଛନ୍ତି  । ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ ପରେ ଗତକାଲି ସସପେଣ୍ଡ କରାଯାଇଛି। ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.