Below header

ଦେଶର ୩ ଶ୍ରେଷ୍ଠ ଥାନା ମଧ୍ୟରେ ଗଞ୍ଜାମ ଗାଙ୍ଗପୁର ଥାନାକୁ ଚୟନ, ଥାନାଧିକାରୀଙ୍କୁ କରାଯିବ ସମ୍ବର୍ଦ୍ଧିତ

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ପୋଲିସ ଥାନାକୁ ଶ୍ରେଷ୍ଠ ଥାନା ଭାବେ ଚୟନ କରାଯାଇଛି । ଦେଶର ୩ ଶ୍ରେଷ୍ଠ ଥାନା ମଧ୍ୟରେ ଗାଙ୍ଗପୁର ପୋଲିସ ଥାନାକୁ ଚୟନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଆସନ୍ତା ୧୯ ତାରିଖରେ ଲକ୍ଷ୍ନୌ ସ୍ଥିତ କେନ୍ଦ୍ର ମୁଖ୍ୟାଳୟ ଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନାଧିକାରୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥିର ହୋଇଛି ।

ଏନେଇ କେନ୍ଦ୍ର ଯୁଗ୍ମ ନିର୍ଦ୍ଦେଶକଙ୍କ ପକ୍ଷରୁ ଡିଜିପି ଅଭୟଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି । ପୂର୍ବରୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଏନେଇ ଏକ ସର୍ଭେ କରାଯାଇଥିଲା । ମହିଳା ଓ ଶିଶୁଙ୍କୁ ନ୍ୟାୟ, ସ୍ୱଚ୍ଛତା, ମାମଲା ପଞ୍ଜିକରଣ, ଅପରାଧ ନିୟନ୍ତ୍ରଣ, ଚୋରି ଓ ଡକାୟତି ରୋକିବା ନେଇ ଥାନାର ଭୂମିକା ଉପରେ ସର୍ଭେ କରାଯାଇଥିଲା । ଏହାସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଓ 5T ପକ୍ଷରୁ କରାଯାଇଥିବା ପରିକଳ୍ପନାର ଏହା ଏକ ବାସ୍ତବ ପ୍ରତିଫଳନ ବୋଲି ଗଞ୍ଜାମ ଏସ୍‌.ପି ବ୍ରିଜେଶ ରାୟ କହିଛନ୍ତି । ଅନ୍ୟପକ୍ଷରେ ଗାଙ୍ଗପୁର ଥାନା ଏଭଳି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.