Below header

ବିଜେପି ରାଜ୍ୟ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ସମୀର ମହାନ୍ତି

ଭୁବନେଶ୍ବର: ସମୀର ମହାନ୍ତିଙ୍କ ନୂଆ ଇନିଂସ । ବିଜେପି ରାଜ୍ୟ ସଭାପତି ଭାବେ ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ସମୀର ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ବିଦାୟୀ ସଭାପତି ବସନ୍ତ ପଣ୍ଡା । ଗତକାଲି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ ସମୀର ମହାନ୍ତି ନାମାଙ୍କନ ଦାଖଲ କରିଥିଲେ । ସମୀର ମହାନ୍ତି ରାଜ୍ୟ ବିଜେପିର ସଭାପତି ହେବା ପରେ ଦଳୀୟ ନେତା ଓ କର୍ମୀ ଉତ୍ସାହିତ । ଆଜି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ବହୁ ବିଧାୟକ, ବରିଷ୍ଠ ନେତା କେ. ଭି. ସିଂହଦେଓଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏବିଭିପିରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସମୀର ମହାନ୍ତି । ୧୯୮୦ରେ ଏବିଭିପିର ରାଜ୍ୟ ଉପସଭାପତି, ୧୯୮୪ରେ ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ଓ ୧୯୯୫ରେ ଭୁବନେଶ୍ୱର ଜିଲ୍ଲା ସଂଗଠନ ଦାୟିତ୍ୱରେ ଥିଲେ । ଭୁବନେଶ୍ୱର ମହାନଗର ନିଗମରେ ୨ ଥର କର୍ପୋରେଟର ଥିଲେ ସମୀର ମହାନ୍ତି । ୨୦୦୯ ନିର୍ବାଚନରେ ଭୁବନେଶ୍ୱର ଏକାମ୍ରରୁ ପ୍ରାର୍ଥୀ ହୋଇ ହାରିଥିଲେ । ୨୦୧୬ରୁ ରାଜ୍ୟ ଉପ ସଭାପତି ଦାୟିତ୍ୱରେ ଥିଲେ । ବର୍ତ୍ତମାନ ସଭାପତି ହୋଇଥିବା ବେଳେ ତାଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ । ତୃଣମୂଳ ସ୍ତରରେ ଦଳ ସଂଗଠନକୁ ମଜଭୁତ କରିବାକୁ ସେ ଗୁରୁତ୍ୱ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.