ଚାଲାକ ବତକ ! ଶିକାର କରିବାକୁ ଆସିଥିବା ୪ଟି ବାଘଙ୍କୁ ଏମିତି କଲା ନାକେଦମ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି ହସି ହସି ବେଦମ୍‌ ହୋଇଯିବେ। ଗୋଟିଏ ବତକକୁ ଶିକାର କରିବାକୁ ୪ ଟି ବାଘଙ୍କୁ ନାକେଦମ୍‌ ହେବାକୁ ପଡିଛି। ଏବେ ସୋସିଆଲ ମିଡିଆରେ ବାଘ-ବତକଙ୍କର ଏହି ଭିଡିଓ ଖୁବ୍‌ ବେଗରେ ଭାଇରାଲ ହେଉଛି।

BRAVEST DUCKଭିଡିଓରେ ଆପଣ ଦେଖିପାରିବେ ଯେ ୪-୫ଟି ବାଘ ଏକ ନାଳରେ ଗୋଟିଏ ବତକକୁ ଦେଖିଲେ। ଏହାପରେ ସେମାନେ ଦେଖି ବହୁତ ଖୁସି ହୋଇଗଲେ। କିନ୍ତୁ ଯେତେବେଳେ ବାଘ ଶିକାର କରିବା ପାଇଁ ପାଣିରେ ପସିଲା ସେତେବେଳେ ବତକ ବାଘକୁ ମଜା ଚଖାଇଦେଲା। ଆପଣ ହୁଏତ ଏ ଭିଡିଓକୁ ଦେଖିଲେ ଲୁଚାଲୁଚି ଖେଳ କହିପାରନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଯେତେବେଳେ ବାଘ ବତକକୁ ଆକ୍ରମଣ କରୁଛି ଚାଲାକ ବତକ ପାଣିରେ ଲୁଚି ଯାଉଛି ଏବଂ ଅନ୍ୟ ଏକ ଯାଗାରେ ବାହାରଛି। ଗୋଟିଏ ପଟେ ବାଘ ଶିକାର କରିବା ଉଦ୍ଦେଶ୍ୟରେ ଥିବାବେଳେ ଅନ୍ୟପଟେ ବତକ ବାଘଙ୍କ ସହିତ ଲୁଚାଲୁଚି ଖେଳ ଖେଳୁଥିଲା।

https://www.facebook.com/467714540669269/videos/576496996523014/

ଅନ୍ୟ ଏକ ଭିଡିଓରେ ଆପଣ ଦେଖିବେ ଯେ ବତକ ପାଖକୁ ଯେତେବେଳେ ବାଘ ଶିକାର କରିବା ପାଇଁ ଆସୁଛି ସେତେବେଳେ ବତକ ପାଣିରେ ବହୁତ ଚାଲାକରେ ଲୁଚିଗଲା। ସୋସିଆଲ ମିଡିଆରେ ପ୍ରାୟ ୬ ମିନିଟର ଏହି ଭିଡିଓକୁ ୪ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଆପଣ ବି ଦେଖନ୍ତୁ ହସି ହସି ଗଡିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.