Below header

ବିଷଧର ସାପ କାମୁଡାରେ ପ୍ରଖ୍ୟାତ ସଂକୀର୍ତନ ଗାୟକ ରମେଶ ଚନ୍ଦ୍ର ଦଳାଇଙ୍କ ଦେହାନ୍ତ

ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗଡ଼ମାଣିତ୍ରି ଗାଁର ସଫଳ ଚାଷୀ ତଥା ପ୍ରଖ୍ୟାତ ସଂକୀର୍ତନ ଗାୟକ ରମେଶ ଚନ୍ଦ୍ର ଦଳାଇଙ୍କ ଦେହାନ୍ତ । ଗାଁରେ ଶୋକର ଛାୟା । କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ ।

ଭୁବନେଶ୍ୱର(କେନ୍ୟୁଜ): କାନ୍ଦ କାନ୍ଦ ଆଉ କାନ୍ଦ । ଯେତେ ବନ୍ଦ କଲେ ଆଖି ଲୁହ ବୋଲମାନୁନି । ଅମାନିଆ ଲୁହକୁ ବା କିଏ ପୋଛିବ । ଲୁହ ପୋଛି ଦେଉଥିଲା ଯେଉଁ ବାପା ସିଏ ଆଜି ଆଉ ନାହାନ୍ତି । ସାତ ପର କରି ଚାଲିଗଲେ । ଆଉ ପଛରେ ପୁଅ ଝିଅ ଙ୍କୁ କାନ୍ଦିବା ପାଇଁ ଛାଡି ଦେଇଗଲେ ।

ଲୁହ ଆଉ ଦୁଃଖ ଅବସାଦ ଶୋକର ଛାୟା ଭିତରେ ଶବ ବ୍ୟବଚ୍ଛେଦ ପରିସର। ପୁଅ କାନ୍ଦି ବାକୁ ଚାହୁଁଛି କାନ୍ଦି ପାରୁନି । ଆଉ ଝିଅ କାନ୍ଦି କାନ୍ଦି ଗଡି ଯାଉଛି । ପୁଣି ମଝିରେ ମଝିରେ ଚେତାଶୂନ୍ୟ ହୋଇଯାଉଛି । ତାକୁ ଯେତେ ବୁଝାଇଲେ ସେ ସହଜରେ ଗ୍ରହଣ କରିପାରୁନଥିଲା ବାପାର ମୃତ୍ୟୁକୁ । ଏଭଳି ଏକ ଦୁଃଖର ପାହାଡ଼ ଏମିତି ହଠାତ ଆସିବ କିଏ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । କାନ୍ଦ ବୋବାଳିରେ ଫାଟିପଡୁଥିବା ପରିବେଶ ଭିତରେ ସୂଚନା ମିଳିଲା କି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗଡ଼ମାଣିତ୍ରି ଗାଁର ସଫଳ ଚାଷୀ ତଥା ପ୍ରଖ୍ୟାତ ସଂକୀର୍ତନ ଗାୟକ ରମେଶ ଚନ୍ଦ୍ର ଦଳାଇଙ୍କ ଦେହାନ୍ତ ହୋଇଛି ।

ସକାଳୁ ଉଠି ମହାଦେବ ମନ୍ଦିର ଯାଇ ଦର୍ଶନ ସାରି ଘରକୁ ଫେରିଥିଲେ ରମେଶ ଚନ୍ଦ୍ର । ତାପରେ ନାତୁଣୀକୁ ଧରି ବିଲ ଆଡେ ବୁଲି ଫସଲ ଦେଖିବାକୁ ବାହାରିଲେ । ପୋଟଳ କିଆରୀରେ ପହଞ୍ଚି ଫସଲ ଦେଖୁଥିବାବେଳେ ଦଂଶନ କଲା ବିଷଧର ସାପ । ଏକଥା ଜାଣିବା ପରେ ତୁରନ୍ତ ପରିବାର ଓ ଗାଁ ଲୋକେ ମିଶି ରମେଶଙ୍କୁ ବିଲରୁ ଉଠାଇ ଆଣି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରମେଶଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର ।

ଏତେ ବଡ ସଂକୀର୍ତନ ଗାୟକଙ୍କୁ ଆଜି ହରାଇବାକୁ ପଡିଲା ପିପିଲିର ମାଣିତ୍ରି ଗ୍ରାମବାସୀଙ୍କୁ । ଏ ଖବର ପାଇ ଝିଅ, ପୁଅ, ପରିବାର ବର୍ଗ, ସାଙ୍ଗ ସାଥି, ସାହୀ ପଡିଶା ସବୁ ଛୁଟି ଆସିଥିଲେ କ୍ୟାପିଟାଲ ହସ୍ପିଟାଲ ପରିସରକୁ । ରମେଶଙ୍କ ପାଇଁ ଶୋକାକୁଳ ହୋଇ ଉଠିଥିଲା ସମଗ୍ର ମାଣିତ୍ରି ଗାଁ । ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ୱର୍ଗ ଦ୍ୱାରରେ ରମେଶଙ୍କର ସତ୍କାର କରାଗଲା

ରମେଶ ତ ଚାଲିଗଲେ ହେଲେ ତାଙ୍କ ଭଳି ସଂକୀର୍ତନ ଗାୟକ ଜଣେ ପାଇପାରିବେନି ପିପିଲି ଓ ଓଡିଶା ବାସୀ । ତେବେ ଏଭଳି ଅନେକ ଲୋକ ସାପ କାମୁଡା ଶିକାର ହେଉଛନ୍ତି ଆଉ ମୃତ୍ୟୁବରଣ କରୁଛନ୍ତି । ଏହାର ତୁରନ୍ତ ଉପଯୁକ୍ତ ନିରାକରଣ କି ପ୍ରତିକାର ବ୍ୟବସ୍ଥା ଯଦି ହୁଅନ୍ତା ତେବେ ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.