NSUT ର ଆସିଷ୍ଟାଣ୍ଟ ପ୍ରଫେସର/ପ୍ରଫେସର ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ

ନେତାଜୀ ସୁଭାଷ ୟୁନିଭରସିଟି ଅଫ ଟେକ୍ନୋଲୋଜିରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ nsut.ac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୭ ଅଗଷ୍ଟ ୨୦୨୩ ରହିଛି ।

ନେତାଜୀ ସୁଭାଷ ୟୁନିଭରସିଟି ଅଫ ଟେକ୍ନୋଲୋଜିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ nsut.ac.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୭ ଅଗଷ୍ଟ ୨୦୨୩ ରହିଛି । ଆବେଦନ ତାରିଖ ପରେ କୌଣସି ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ ।

ପଦବୀ ବିବରଣୀ : ୩୨୨

ଆସିଷ୍ଟାଣ୍ଟ ପ୍ରଫେସର : ୨୧୨
ଆସୋସିଏଟ ପ୍ରଫେସର : ୮୧
ପ୍ରଫେସର: ୨୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ଅଗଷ୍ଟ ୨୦୨୩ ରହିଛି ।
ହାର୍ଡ କପି ଜମା କରିବାର ଶେଷ ତାରିଖ ୩୧ ଅଗଷ୍ଟ ରହିଛି ।

ବୟସ ସୀମା : ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ପଦବୀ ଅନୁସାରେ ଭିନ୍ନ ଭିନ୍ନ ନିର୍ଦ୍ଧାରିତ କରାଯାଇଛି । ପ୍ରଫେସର ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୫ ବର୍ଷ, ଆସୋସିଏଟ ପ୍ରଫେସର ପାଇଁ ସର୍ବାଧିକ ୫୦ ବର୍ଷ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ୩୫ ବୟସ ଧାର୍ଯ୍ୟ କରାଯାଇଛି ।

ଦରମା :

ପ୍ରଫେସର: ୧,୪୪,୨୦୦-୨,୧୮,୨୦୦ ଟଙ୍କା
ଆସୋସିଏଟ ପ୍ରଫେସର : ୧,୩୧,୪୦୦-୨,୧୭,୧୦୦ ଟଙ୍କା
ଆସିଷ୍ଟାଣ୍ଟ ପ୍ରଫେସର : ୫୭,୭୦୦-୧,୮୨,୪୦୦ ଟଙ୍କା

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏହା ପରେ ହୋମ ପେଜରେ ଭର୍ତ୍ତି ଟାବରେ କ୍ଲିକ୍‌ କରନ୍ତୁ ।
ଏହାପରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍‌ କରନ୍ତୁ ।
ଏହାପରେ ଆବେଦନ ପତ୍ର ପଢନ୍ତୁ ।
ଆପ୍ଲିକେସନ ଫର୍ମ ଡାଉନଲୋଡ କରନ୍ତୁ ।
ଏହାର ଏକ ପ୍ରିଣ୍ଟଆଉଟ କାଢି ଆବେଦନ କରନ୍ତୁ ।

ହାର୍ଡ କପି ପଠାଇବାର ଠିକଣା :

Registrar, Netaji Subhash University of Technology, Azad Hind Fauj Marg, Sector-3, Dwarka, New Delhi-110078.

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଦେଖନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.