ଗୁପଚୁପ୍‌ ବିକ୍ରି ପାଇଁ ଭିନ୍ନ ପନ୍ଥା ଆପଣାଇଲେ ବ୍ୟବସାୟୀ, ଦାସ କାଠିଆ ବଜାଇ ଗାଉଛନ୍ତି ଗୀତ

ଗୁପଚୁପ୍‌ର ଚାହିଦା ପାଇଁ କିଛି ଲୋକ ଏହାକୁ ଭିନ୍ନ ଭିନ୍ନ ଉପାୟରେ ବିକ୍ରି କରନ୍ତି । ଏହି ଭଳି ଜଣେ ବ୍ୟବସାୟୀ ଗୁପଚୁପ୍‌ ବିକ୍ରି କରିବା ପାଇଁ ଆପଣାଇଛନ୍ତି ଭିନ୍ନ ଉପାୟ । ଗୁପଚୁପ୍‌ ବ୍ୟବସାୟୀରୁ କଳାକାର ହୋଇଛନ୍ତି ଏହି ବ୍ୟକ୍ତି ଜଣକ । ଏହି ବ୍ୟବସାୟୀ ଜଣଙ୍କ ବୌଦ୍ଧ ଜିଲ୍ଲାର ପିଙ୍ଗିଲାପଡ଼ା ଗ୍ରାମର କଂଭୂଧର ବୋଲି ଜଣା ପଡିଛି ।

ଗୁପଚୁପ୍‌ ବିକ୍ରି ପାଇଁ ନୂଆ ପନ୍ଥା ଆପଣାଇଛନ୍ତି ଜଣେ ଗୁପଚୁପ୍‌ ବ୍ୟବସାୟୀ । ଗୀତ ଗାଇ ଗାଇ ବିକ୍ରି କରୁଛନ୍ତି ଗୁପଚୁପ୍‌ । ଖଟାପାଣି ସାଙ୍ଗକୁ ସୁଆଦିଆ ଗୁପଚୁପ୍‌ ଧରି ବାହାରି ପଡ଼ିଛନ୍ତି ଗୁପଚୁପ୍‌ ବିକିବା ପାଇଁ । ଖାଲି ଗୁପୁଚୁପ୍‌ ବିକିଲେ କେହି ଆସୁନାହାନ୍ତି ତେଣୁ ଏକ ଭିନ୍ନ ଗୀତ ଗାଇ ଗ୍ରାହକଙ୍କୁ ଡାକୁଛନ୍ତି ଏହି ଗୁପଚୁପ୍‌ ବିକାଳି । ଭଲ ଦୁଇ ପଇସା ରୋଜଗାର ହେଲେ ଘର ପାଇଁ ସଉଦା ନେବେ । ଏକଥା ଭାବି ବାହାରିଛନ୍ତି ଗୁପଚୁପ୍‌ ବିକ୍ରି କରିବା ପାଇଁ ।

ପେଟକୁ ମୁଠେ ଦାନା ଯୋଗାଇବା ପାଇଁ ମଣିଷ କଠିନ ପରିଶ୍ରମ କରେ । କିଏ ବ୍ୟବସାୟ କରେ ତ କିଏ ଚାକିରି କରେ । ବ୍ୟବସାୟରେ ଭଲ ଦୁଇ ପଇସା ହେଇଗଲେ ବ୍ୟବସାୟୀର ଭବିଷ୍ୟତ ଉଜ୍ଜ୍ୱଳ । କିନ୍ତୁ ବେଳେବେଳେ ଅନେକ କ୍ଷତି ସହିବାକୁ ପଡ଼େ ବ୍ୟବସାୟୀକୁ । କିଏ ଛୋଟ ମୋଟ ବ୍ୟବସାୟ କରେ ତ କିଏ ବଡ଼ ବ୍ୟବସାୟ କରିଥାଏ । ଛୋଟ ଛୋଟ ବ୍ୟବସାୟରେ ସେତେ ଲାଭ ହୁଏନାହିଁ । କିନ୍ତୁ ମଣିଷ ନିଜ ପେଟ ପୋଷିବା ପାଇଁ କଷ୍ଟ ତ କରିବାକୁ ପଡ଼େ । ରୋଜଗାର କରି ଆଣିଲେ ପରିବାର ଚଳାଇବ । ତେବେ ଗୁପଚୁପ୍‌ ବିକ୍ରି କରି ଅନେକ ଲୋକ ନିଜର ପେଟ ପୋଷନ୍ତି । ଗୁପଚୁପ୍‌ର ଚାହିଦା ପାଇଁ କିଛି ଲୋକ ଏହାକୁ ଭିନ୍ନ ଭିନ୍ନ ଉପାୟରେ ବିକ୍ରି କରନ୍ତି । ଏହି ଭଳି ଜଣେ ବ୍ୟବସାୟୀ ଗୁପଚୁପ୍‌ ବିକ୍ରି କରିବା ପାଇଁ ଆପଣାଇଛନ୍ତି ଭିନ୍ନ ଉପାୟ । ଗୁପଚୁପ୍‌ ବ୍ୟବସାୟୀରୁ କଳାକାର ହୋଇଛନ୍ତି ଏହି ବ୍ୟକ୍ତି ଜଣକ ।

ନିଜ ପେଟକୁ ଦି ମୁଠା ଖାଦ୍ୟ ଯୋଗାଡ଼ କରିବା ପାଇଁ ଏଭଳି ଗାଁ କୁ ଗାଁ ବୁଲି ଗୁପଚୁପ୍‌ ବିକୁଛନ୍ତି । ପେଟ ପାଇଁ ନାଟ କରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଭିଡ଼ିଓରେ ଗୀତଟି ବେଶ ଚର୍ଚ୍ଚାକୁ ଆସିଛି ଗୁପଚୁପ୍‌ ଵାଲା ଆସିଚେ, ମା କେ ଝିଅ କହୁଚେ , ଚାଉଳ କେ ପଇସା ମାଗୁଚେ । ଘରେ ନାଇଁନ କହିଲେ ଦୁଆରେ ଗଡ଼ ଗଡି ଯାଉଛେ । ଏଭଳି ଗୀତ ଦାସକାଠିଆ ମାଧ୍ୟମରେ ଗୁପୁଚୁପ୍‌ ବିକାଳି ଜଣଙ୍କ ଗାଇଛନ୍ତି । ତେବେ ଏହି ବ୍ୟବସାୟୀ ଜଣଙ୍କ ବୌଦ୍ଧ ଜିଲ୍ଲାର ପିଙ୍ଗିଲାପଡ଼ା ଗ୍ରାମର କଂଭୂଧର ବୋଲି ଜଣା ପଡିଛି ।

ଗୁପଚୁପ୍‌ ଖାଇବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଯାଏ । କିନ୍ତୁ ବର୍ତ୍ତମାନ ଭିନ୍ନ ଭିନ୍ନ ଫାଷ୍ଟଫୁଡ ମାର୍କେଟକୁ ଆସିଲାଣି ଏନେଇ ଗୁପଚୁପ୍‌ର ବ୍ୟବସାୟ ମାନ୍ଦା ପଡ଼ିଛି । ସେହିପରି ଗୁପଚୁପ୍‌ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ତେଣୁ ସବୁ ବ୍ୟବସାୟୀଙ୍କୁ ସମାନ ଲାଭ ମିଳୁନାହିଁ । ଏନେଇ ଏହି ବ୍ୟବସାୟୀ ଜଣଙ୍କ ଭିନ୍ନ ପନ୍ଥା ଆପଣାଇଛନ୍ତି । ଗୀତ ଗାଇ ଗାଇ ଲୋକଙ୍କୁ ନିଜ ପାଖରୁ ଗୁପଚୁପ୍‌ ଖାଇବା ପାଇଁ ଆକୃଷ୍ଟ କରାଉଛନ୍ତି । ମାର୍କେଟରେ ଭଲ ଦି ପଇସା ରୋଜଗାର ନହେବାରୁ ଗାଁ କୁ ଗାଁ ବୁଲି ବିକ୍ରି କରୁଛନ୍ତି କଂଭୂଧର । ସୁଆଦିଆ ଗୁପଚୁପ୍‌ ଖାଇବା ପାଇଁ ଲୋକମାନେ ତାଙ୍କ ପାଖକୁ ଆସୁଛନ୍ତି । ତେବେ ଏଭଳି ନିଆର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.