ହିମାଚଳରେ ବାଦଲ ଫଟା ବର୍ଷା: ୭ ମୃତ, ସ୍କୁଲ ଓ କଲେଜ ବନ୍ଦ

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ସୋଲାନ ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ନିଖୋଜ ରହିଥିବା ଜଣାପଡିଛି । ଏହି ଘଟଣାରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି ।

ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ନିଖୋଜ ରହିଥିବା ଜଣାପଡିଛି । ଏହି ଘଟଣାରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି । ସୋଲାନ୍ ଜିଲ୍ଲାର କାନ୍ଦାଘାଟ ସବ-ଡିଭିଜନର ମମଲିଗ ଉପ-ତହସିଲର ଜାଡନ୍ ଗ୍ରାମରେ ରାତି ୧.୩୦ ସମୟରେ ବାଦଲ ଫାଟିବା ସ୍ଥିତି ଅସମ୍ଭାଳ ରହିଛି । ପ୍ରବଳ ବର୍ଷା ହେତୁ ସ୍ଥିତି ଅସମ୍ଭାଳ ହେବାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ଆଜି ବନ୍ଦ ଘୋଷଣା କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ।

ସୂଚନାନୁସାରେ, ସୋଲାନ ଜିଲ୍ଲାର କାନ୍ଦାଘାଟରେ ମାମଲିଗ ଗାଁରେ ବାଦଲ ଫଟା ବର୍ଷା ପରେ ଏକ ବନ୍ୟା ଆସି ଦୁଇଟି ଘର ଭସାଇ ନେଇଛି। ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ରହିଛନ୍ତି । ଅତ୍ୟଧିକ ବର୍ଷା କାରଣରୁ ରାଜ୍ୟର ସମୁଦାୟ ୬୨୧ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏହାବାଦ ସିମଲା ଓ ଚଣ୍ଡିଗଡ଼କୁ ଯୋଗାଯୋଗ କରୁଥିବା ସିମଲା – କାଲକା ଜାତୀୟ ରାଜପଥ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୨ ସପ୍ତାହ ହେଲାଣି କ୍ଷତିଗ୍ରସ୍ତ ହୋଇଛି। ଫଳରେ ରାଜ୍ୟରେ ଗାଡ଼ି ଚଳାଚଳ ଏକପ୍ରକାର ବ୍ୟାହତ ହୋଇଛି ।

ବାଦଲ ଫଟା ବର୍ଷା ହୋଇଛି, ଉଭୟ ପାର୍ଶ୍ୱରୁ ରାସ୍ତା ଭାଙ୍ଗି ଯାଇଛି ଏବଂ ଏହି କାରଣରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ଅସୁବିଧା ହେଉଛି । ଏହି ବର୍ଷାରେ ଗୋଟିଏ ଏଚଆରଟିସି ବସ୍‌, ତିନିଟି ଗାଡି ଏବଂ ଗୋଟିଏ ବାଇକ ଭାସି ଯାଇଛି । ସିମଲାରେ ମଧ୍ୟ ଭୂସଳ୍ଖନ ହୋଇଥିବା ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.