ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ହାରିଲା ଭାରତ, ସିରିଜ ଜିତି ଖୁସି ହୋଇଯାଇଛନ୍ତି ଅଧିନାୟକ ପାୱେଲ
ଦୀର୍ଘ ୭ ବର୍ଷ ପରେ ଭାରତ ବିପକ୍ଷରେ ସିରିଜ ଜିତିଛି ୱେଷ୍ଟଇଣ୍ଡିଜ୍ । ଆଉ ଟି-୨୦ ସିରିଜ ଜିତିବା ପରେ ବହୁତ ଖୁସି ହୋଇଯାଇଛି ୱେଷ୍ଟଇଣ୍ଡିଜର ଅଧିନାୟକ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଘରୋଇ ୱେଷ୍ଟଇଣ୍ଡିଜ ଦଳ ୩-୨ ମ୍ୟାଚରେ ସିରିଜ ଜିତିଛି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ ହାରିଲା ଭାରତ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଘରୋଇ ୱେଷ୍ଟଇଣ୍ଡିଜ ଦଳ ୩-୨ ମ୍ୟାଚରେ ସିରିଜ ଜିତିଛି । ଆଉ ସିରିଜ ଜିତିବା ପରେ ବହୁତ ଖୁସି ହୋଇଯାଇଛନ୍ତି ଘରୋଇ ଦଳର ଅଧିନାୟକ ପାୱେଲ । ଆଉ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୱେଷ୍ଟଇଣ୍ଡିଜ ଦଳ ଶେଷ ମ୍ୟାଚରେ ୮ ଓ୍ଵିକେଟରେ ଭାରତକୁ ହରାଇଛି । ୭ ବର୍ଷ ପରେ ଭାରତ ବିପକ୍ଷରେ ସିରିଜ ଜିତିଛି ୱେଷ୍ଟଇଣ୍ଡିଜ।
ଫ୍ଲୋରିଡାର ଲୌଡରହିଲ୍ରେ ଖେଳାଯାଉଥିବା ସିରିଜ ପଞ୍ଚମ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଫଳରେ ୱେଷ୍ଟଇଣ୍ଡିଜକୁ ୧୬୬ ରନର ବିଜୟ ଲକ୍ଷ୍ୟ ମିଳିଥିଲା।
ଭାରତର ଯଶସ୍ବୀ ଜୟସ୍ବାଲ (୫ରନ୍) ଓ ଶୁବମନ ଗିଲ୍ (୯ରନ୍) କରିଥିଲେ । ଜୟସ୍ବାଲ ଓ ଗିଲ୍ ଅତି ଶସ୍ତାରେ ଅକେଇଲ ହୋସେନ୍ଙ୍କ ହାତରେ ଆଉଟ୍ ହୋଇ ପାଭଲିଅନ୍ ଫେରି ଆସିଥିଲେ। ଭାରତ ୬ ରନରେ ଜୟସ୍ବାଲ ଓ ୧୭ ରନରେ ଗିଲଙ୍କୁ ହରାଇ ଥିଲା। ତୃତୀୟ ୱକେଟ୍ ପାଇଁ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ୪୯ ରନ୍ର ଭାଗିଦାରୀ ହୋଇପାରିଥିଲେ।
ଭାରତୀୟ ବ୍ୟାଟରମାନଙ୍କ ମଧ୍ୟରୁ ସୂର୍ଯ୍ୟକୁମାର ଯାଦବ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରିଥିଲେ। ସେ ୪୫ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୬୧ ରନ୍ କରିଥିଲେ। ସଂଜୁ ସାମସନ୍ ୧୩, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୪, ଅର୍ଶଦୀପ ସିଂହ ୮ ରନ୍ କରିଥିଲେ। ଅକ୍ଷର ପଟେଲ ୧୩ ରନ୍ ଓ ୟୁଜବେନ୍ଦ୍ର ଚହଲ (୦) ଓ ମୁକେଶ କୁମାର (୪ରନ୍) ଅପରାଜିତ ରହି ପାଭଲିଅନକୁ ଫେରିଥିଲେ।