ଜନ୍ମ ପୂର୍ବରୁ ଛୁଆ ବିକ୍ରି ପାଇଁ ଡିଲ୍‌, କାମ ଦେଲାନି ପ୍ଲାନ ପୋଲିସ ହାତରେ ଧରା ପଡ଼ିଲା ବାପା

ମା’ ପେଟରେ ଶିଶୁ ବଢ଼ୁଥିବା ସମୟରେ ଶିଶୁର ବାପା ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ନିଜ ଶିଶୁକୁ ବିକ୍ରି କରିବା ପାଇଁ କରିଥିଲା ଡିଲ୍‌ । କିନ୍ତୁ ଏହି ବିବେକହୀନ ବାପାର ପର୍ଦ୍ଦାଫାସ କରିଛି ଟିଟଲାଗଡ଼ ପୋଲିସ । ପୋଲିସ ଶିଶୁକୁ ଉଦ୍ଧାର କରି ବର୍ତ୍ତମାନ ବଲାଙ୍ଗିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାରେ ରଖିଛି ।

ଟଙ୍କା ପାଇଁ ପୁଅକୁ ବିକିଲା ବାପା । ମା’ ପେଟରେ ଥିବାବେଳେ ଶିଶୁକୁ ବିକ୍ରି କରିବା ପାଇଁ ହୋଇଥିଲା ଡିଲ୍‌ । ମା’ ବାପା’ ନିଜ ଛୁଆର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନଖାଇ ନପିଇ କଷ୍ଟ କରନ୍ତି । କିନ୍ତୁ ଆଜିର ସମୟରେ ଏଭଳି ଘଟଣା ଫିକା ପଡ଼ୁଥିବା ଦେଖିବାକୁ ମିଳୁଛି । ସାମାନ୍ୟ ଟଙ୍କା କେଇଟା ପାଇଁ ନିଜ ଜନ୍ମକଲା ଶିଶୁକୁ ବିକ୍ରି କରିବାକୁ ପଛାଇ ନାହିଁ ଜଣେ ବାପା । ଆପଣଙ୍କୁ କଥା ଟା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ବଲାଙ୍ଗିର ଟିଟିଲାଗଡ଼ରୁ ସାମ୍ନାକୁ ଆସିଛି । ମା’ ପେଟରେ ଶିଶୁ ବଢ଼ୁଥିବା ସମୟରେ ଶିଶୁର ବାପା ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ନିଜ ଶିଶୁକୁ ବିକ୍ରି କରିବା ପାଇଁ କରିଥିଲା ଡିଲ୍‌ । କିନ୍ତୁ ଏହି ବିବେକହୀନ ବାପାର ପର୍ଦ୍ଦାଫାସ କରିଛି ଟିଟଲାଗଡ଼ ପୋଲିସ । ବଲାଙ୍ଗିର ଟିଟଲାଗଡ଼ରୁ ଶିଶୁକୁ ଛତିଶଗଡ଼ ରାୟଗଡ଼ରେ ବିକ୍ରି କରାଯାଇଥିଲା । କିନ୍ତୁ ପୋଲିସ ଶିଶୁକୁ ଉଦ୍ଧାର କରି ବର୍ତ୍ତମାନ ବଲାଙ୍ଗିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାରେ ରଖିଛି । ସମ୍ପୃକ୍ତ ଘଟଣାରେ ଶିଶୁର ବାପା ସମେତ ୪ ଜଣଙ୍କୁ ଗିରଫ କରିଛି ଟିଟଲାଗଡ଼ ପୋଲିସ । ବଲାଙ୍ଗିର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ସଦସ୍ୟମାନେ ତାର ନୂଆ ନାମ ଅଭିନନ୍ଦନ ରଖିଛନ୍ତି । ନୂଆ ଜୀବନ ପାଇଛି ଅଭିନନ୍ଦନ । ଶିଶୁଟି ବର୍ତ୍ତମାନ ସୁସ୍ଥ ରହିଛି ।

ପୁଅକୁ ବିକ୍ରି କରିଥିବା ଅଭିଯୋଗରେ ପୋଲିସ ଶିଶୁର ବାପାକୁ ଗିରଫ କରିଛି । ମାତ୍ର ଅଢ଼େଇ ଲକ୍ଷ ଟଙ୍କା ପାଇଁ ଏହି ଅଭିଯୁକ୍ତ ବାପା ନିଜ ଶିଶୁକୁ ବିକ୍ରି କରିଥିଲା । ଶିଶୁଟି ଦୁନିଆ ଦେଖିବା ଆଗରୁ ତା ନିଜ ବାପା ହିଁ ଏଭଳି ଡିଲ୍‌ କରିଥିଲା । ଆଉ ପୁଅ ଜନ୍ମ ହେବାପରେ ଛତିଶଗଡ ରାୟଗଡର ଅମିତ ଅଗ୍ରଓ୍ୱାଲ ଙ୍କ ହାତରେ ପିଲାକୁ ଟେକି ଦେଇଥିଲା । ଏଭଳି ଡିଲ୍‌ କରିବା ପାଇଁ ଦଲାଲଙ୍କ ସାହାଯ୍ୟ ନେଇଥିଲା ଶିଶୁର ବାପା । କିନ୍ତୁ ଏମାନଙ୍କ ସବୁ ପ୍ଲାନ ଫେଲ ମାରିଥିଲା ଯେତେବେଳେ ଟିଟଲାଗଡ଼ ପୋଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା । ୩ଟି ଟିମ କରି ବିଭିନ୍ନ ସ୍ଥାନ ରେ ଚଢାଉ କରିଥିଲା ପୋଲିସ । ଆଉ ତଦନ୍ତ ପରେ ଜଣା ପଡିଲା ଶିଶୁଟି ରାୟଗଡ ରେ ବିକ୍ରି ହୋଇଛି । ଅଗଷ୍ଟ ୧ ତାରିଖ ରେ ଏହି ଘଟଣା ଘଟିବା ପରେ ଆରମ୍ଭ ହୋଇଥିଲା ମିଶନ ଶିଶୁ ଉଦ୍ଧାର । ନବଜାତ ଶିଶୁ କୁ ବିକ୍ରି କରିଥିବା ଅଭିଯୁକ୍ତ ବାପା , ଶିଶୁ କୁ କିଣିଥିବା ଅଭିଯୁକ୍ତ ଓ ଦୁଇଜଣ ଦଲାଲ ଙ୍କୁ ଗିରଫ କରିଛି ଟିଟିଲାଗଡ ପୋଲିସ । ଏବେ ବି ଆଉ ଜଣେ ଫେରାର ରହିଥିବା ସୂଚନା ମିଳିଛି । ଟିଟିଲାଗଡ ଅଞ୍ଚଲରେ ପୁର୍ବରୁ ମଧ୍ୟ ଏପରି ଅଭିଯୋଗ ଆସିଥିଲା । ଏଥିରେ ଏକ ରାକେଟ କାମ କରୁଥିବା ସନ୍ଦେହରେ ପୋଲିସ ତଦନ୍ତ ଚଳାଇଛି ।

ବର୍ତ୍ତମାନ ନବଜାତ ଶିଶୁଟି ସୁରକ୍ଷିତ ରହିଛି । ମା’ କୋଳରେ ନୁହଁ ଏବେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର କର୍ମଚାରୀଙ୍କ କୋଳରେ ଖେଳୁଛି ଅଭିନନ୍ଦନ । ଶିଶୁକୁ ଅତି ଯତ୍ନର ସହ ସଂସ୍ଥାର ସଦସ୍ୟମାନେ ରଖିଛନ୍ତି । ତେବେ ବାରମ୍ବାର ଶିଶୁମାନଙ୍କ ବିକ୍ରି ଘଟଣା ସାମ୍ନାକୁ ଆସୁଛି । ଏହି ରାକେଟ ଦିନକୁ ଦିନ ବଢ଼ୁଥିବାବେଳେ ଅପରାଧିଙ୍କର କାହାକୁ ବି ଡର ନାହିଁ । ତେବେ ଦେଖାଯାଉ ଏଭଳି ଅପରାଧ କେବେ ବନ୍ଦ ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.