Below header

ଟାଟା ମୋଟର ଠକେଇ ମାମଲା: ଆଜିଠାରୁ ଅନ୍ୟତମ ଅଭିଯୁକ୍ତ ସର୍ବେଶ୍ୱର ରାଓଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଟାଟା ମୋଟର ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ସର୍ବେଶ୍ୱର ରାଓଙ୍କୁ ଆଜିଠାରୁ ଦୁଇଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଠକେଇର ମଧ୍ୟସ୍ଥି ସାଜିଥିବା ସର୍ବେଶ୍ୱରକୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି। ସର୍ବେଶ୍ୱର ଠକେଇ ମାମଲାର ମୁୁଖ୍ୟ ଅଭିଯୁକ୍ତ ଆକାଶ ପାଠକ ଓ ସହଯୋଗୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟସ୍ଥ ଭାବେ କାର୍ଯ୍ୟ କରୁଥିଲେ।

ଚାକିରି ପାଇଁ ଲୋକମାନେ ସର୍ବେଶ୍ୱରଙ୍କୁ ଟଙ୍କା ଦେଉଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ପିଲାଙ୍କ ବାୟୋଡାଟା ସଂଗ୍ରହ କରି ସେ ଏହାକୁ ଆକାଶଙ୍କ ନିକଟକୁ ପଠାଉଥିଲା। ଠକେଇରେ ଅଧିକ ପ୍ରମାଣ ଯୋଗାଡ଼ କରିବା ପାଇଁ ସର୍ବେଶ୍ୱରଙ୍କୁ ତଦନ୍ତକାରୀ ଟିମ୍‌ ମାରାଥନ ଜେରା କରିବ ବୋଲି ଜଣାପଡ଼ିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୂର୍ବରୁ ଆକାଶ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେଇ ଜେରା କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.