Below header

ମ୍ୟାଚ୍‌ ଜିତିବାର ସୁଯୋଗ ଏବେ ଟିମ୍‌ ଇଣ୍ଡିଆ ହାତରେ, ଦ୍ୱିତୀୟ ଟେଷ୍ଟ ପ୍ରଥମ ପାଳିରେ ଅଷ୍ଟ୍ରେଲିଆକୁ ୧୩୧ ରନ୍‌ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅଲଆଉଟ୍‌ ହୋଇଛି ଭାରତ । ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନ କରି ସବୁ ଓ୍ଵିକେଟ ହରାଇଛି। ଫଳରେ ଅଷ୍ଟ୍ରେଲିୟା ଠାରୁ ଭାରତ ପ୍ରଥମ ପାଳିରେ ୧୩୧ ରନରେ ଆଗୁଆ ରହିଛି। ଭାରତ ପାଇଁ ଆଜିଙ୍କ୍ୟ ରାହାଣେ ୧୧୨ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୫୭ ରନ କରିଛନ୍ତି । ରାହାଣେ ଏବଂ ଜାଡେଜାଙ୍କ ଯୋଡି ୧୨୧ରନ ଭାଗିଦାରୀ କରିବା ଯୋଗୁଁ ଭାରତୀୟ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ନେଇପାରିଛି।

rahaneଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟ୍ରାକ ଓ ନାଥନ ଲିଓନ ୩ଟି ଲେଖାଁଏ ୱିକେଟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଥିଲା । ଏବେ କଙ୍ଗାରୁ ଦଳର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି । କଙ୍ଗାରୁ ଦଳ ୨୩ ଓଭର ସୁଦ୍ଧା ଦୁଇ ଓ୍ଵିକେଟ୍‌ ହରାଇ ୫୬ ରନ୍‌ କରିଛି। ଯଦି ଭାରତ ଏହିଭଳି ଖେଳ ଜାରି ରଖେ ତାହେଲେ ଦ୍ୱିତୀୟ ଟେଷ୍ଟରେ ଜିତିବା ସୁନିଶ୍ଚିତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.