ଆଜି ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡ଼ି ମନ୍ଦିର: କୋଭିଡ କଟକଣାରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରୁଛନ୍ତି ସେବାୟତ ଓ ତାଙ୍କ ପରିବାର

ଭଦ୍ରକ: ୯ ମାସ ପରେ ଖୋଲିଲା ଭଦ୍ରକ ପ୍ରସିଦ୍ଧ ଆରଡ଼ି ମନ୍ଦିର । ଆଜି ଓ ଆସନ୍ତାକାଲି ସେବାୟତ ଓ ତାଙ୍କ ପରିବାର ଦର୍ଶନ କରୁଛନ୍ତି। କୋଭିଡ କଟକଣାରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଦୀର୍ଘଦିନ ପରେ ବାବାଙ୍କୁ ଦର୍ଶନ କରି ଭାବ ବିହ୍ଵଳ ହୋଇ ପଡିଛନ୍ତି ଭକ୍ତ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ୪ଟା ୩୦ରେ ମନ୍ଦିର ପହଡ ଖୋଲାଯାଇ ପୁଜାର୍ଚ୍ଚନା କରାଯାଇଥିଲା । ୭ଟାରୁ ଆରମ୍ଭ ହୋଇଥିଲା ଦର୍ଶନ ବ୍ୟବସ୍ଥା । ନୂଆବର୍ଷ ପାଇଁ ୨ ଦିନ ବନ୍ଦ ରହିବ ଦର୍ଶନ। ୩ ତାରିଖ ଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.