Below header

ଓଟିଭି ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଖୋର୍ଦ୍ଧା ସାରୁଆ ଗାଁର ଗ୍ରାମବାସୀ, ନିଜ ଚାଷ ଜମିକୁ ଯାଇ ପାରୁନାହାନ୍ତି ଲୋକେ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ସାରୁଆ ଗ୍ରାମରେ ଓଟିଭି ଦୋରାତ୍ମ୍ୟ ବିରୋଧରେ ଜିଲାପାଳଙ୍କ ପାଖରେ ଫେରାଦ ହେଲେ ଗ୍ରାମବାସୀ । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି ଲୋକମାନେ କାରୀ, ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁର ଜମି କିଣିଥିଲେ । ସେମାନେ ସେଠାରେ ବଡ଼ ବଡ଼ ଘର ପାଚେରୀ, ପୋଖରୀ, ରାସ୍ତା ର୍ନିମାଣ କଲେ। ହେଲେ ଗ୍ରାମବାସୀଙ୍କ ଭାତହାଣ୍ଡି ଉପରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ନିଜ ଚାଷ ଜମିକୁ ଯାଇ ପାରୁନାହାନ୍ତି ଗାଁ ଲୋକେ । ପ୍ରତିବାଦ କରିବାରୁ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ଗୁଣ୍ଡାମାନେ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

jagi mangat pandaଏପରିକି ଜମି ଜବରଦଖଲ କରିବାକୁ ମଧ୍ୟ ଧମକ ଦେଉଥିବାରୁ ଭୟଭୀତ ଗ୍ରାମବାସୀ । ସେହି ଭୟରେ ଶାଗ ମାଛ ଦରରେ ଜମି ବିକୁଛନ୍ତି ସ୍ଥାନୀୟ ଲୋକେ। ଜଗି ପଣ୍ଡାଙ୍କ ବାପା ଓ ଭାଇ ମଧ୍ୟ ଗାଁକୁ ଆସି ଧମକ ଦେଉଥିବା ଲିଖିତ ଭାବେ ଦର୍ଶାଇଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଜ ସୁରକ୍ଷା ଦାବି କରିଛନ୍ତି ଗାଁ ଲୋକେ। ନଚେତ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.