କୋରାପୁଟ ଲମତାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ଜୟପୁର ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧାରପଡିଛି ବିପୁଳ ଗଞ୍ଜେଇ । କଡ୍ରୀ ଗ୍ରାମ ଘାଟି ଛକ ନିକଟରେ ଲମତାପୁଟ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଲମତାପୁଟ ଅଞ୍ଚଳରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇଥିଲା ପୋଲିସ। ପୋଲିସକୁ ଦେଖି ଗାଡି ଡ୍ରାଇଭର ଓ ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲେ।

ଗାଡ଼ି ଯାଞ୍ଚ କରିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା। ପିକ୍‌ଅପ୍‌ ଭ୍ୟାନକୁ ଜବତ କରିଛି ପୋଲିସ। ଜବତ ଗଞ୍ଜେଇ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଗଞ୍ଜେଇ ଚୋରା ଚାଲାଣରେ ସ୍ଥାନୀୟ ଯୁବକଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.