ଦୀପିକା-ସାରା-ଶ୍ରଦ୍ଧାଙ୍କୁ ଚାଲିଛି ଏନସିବିର ପଚରାଉଚୁରା, ଦୀପିକାଙ୍କ ଫୋନକୁ ନେଇଯାଇଛି ଟିମ୍

ସୁଶାନ୍ତ ସିଂହ ରାଜପୁତ କେସରେ ଡ୍ରଗ୍ସ କନେକସନ୍ ସାମ୍ନାକୁ ଆସିଛି। ବଲିଉଡ୍ ଡ୍ରଗ୍ସ କେସରେ ଆଜି ଏକ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଦିନ। ଯାହାପରେ ଅନେକ ବଡ ବଡ ହସ୍ତିୟାଁଙ୍କୁ ଏନସିବି ଅଫିସରେ ହାଜର ହେବାକୁ ପଡୁଛି। ଏବେ ଶ୍ରଦ୍ଧାଙ୍କୁ ଏନସିବି ଅଫିସରେ ପଚରାଉଚୁରା ଚାଲୁଥିବାବେଳେ ଏହାରି ମଧ୍ୟରେ ସାରା ଅଲ୍ଲୀ ଖାନ୍ ମଧ୍ୟ ଏନସିବି ଅଫିସରେ ପହଁଚିଛନ୍ତି।
ତେବେ ମିଳିଥିବା ସୂଚନା ମୁତାବକ ଏନସିବି ଗେଷ୍ଟ ହାଉସରେ ଦୀପିକାଙ୍କୁ ପ୍ରଶ୍ନ ଜାରୀ ରହିଛି। ତେବେ ଦୀପିକାଙ୍କ ଫୋନକୁ ଏନସିବି ଟିମ ନେଇଯାଇଛନ୍ତି।
ଆକ୍ଟ୍ରେସ ଦୀପିକା ପାଦୁକୋନଙ୍କୁ ଏନସିବି ଶନିବାର ସକାଳ ୧୦ ଟାରେ ଡକାଇଥିଲା। ଯାହାପରେ ଦୀପିକା ଏନସିବି ଗେଷ୍ଟହାଉସରେ ପହଁଚିସାରିଛନ୍ତି। ଦୀପିକାଙ୍କୁ କେପିଏସ୍ ମଲହୋତ୍ରା ଲିଡରସିପରେ ପଚରାଉଚୁରା କରାଯାଉଛି। ସେହିପରି ୧୦.୩୦ରେ ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଏନସିବିର ଏକ୍ସଚେଞ୍ଚ ବିଲଡିଙ୍ଗ୍ ଅଫିସ ପହଁଚିବାର ଥିଲା। ଶ୍ରଦ୍ଧା କପୁର ଏନସିବି ଅଫିସରେ ପହଁଚି ସାରିଛନ୍ତି। ସାରାଙ୍କର ପର୍ସନାଲ ଗାର୍ଡ ଏନିସିବି ଅଫିସର ସୁରକ୍ଷା ବ୍ୟବସ୍ଥାକୁ ଦେଖି ଗଲେ।
ସେହିପରି ଶୁକ୍ରବାର ରାକୁଲପ୍ରୀତ ସିଂହଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚୁରା କରାଯାଉଥିଲା। ରିପୋର୍ଟ ମୁତାବକ ରାକୁଳପ୍ରୀତ ସବୁ ଦୋଷ ରିୟା ଚକ୍ରବର୍ତ୍ତୀଙ୍କ ମୁଣ୍ଡକୁ ଲଦିଦେଇଥିବା ସୂଚନା ରହିଛି।
#WATCH: Actor Sara Ali Khan reaches Narcotics Control Bureau zonal office in Mumbai.
She has been summoned by NCB to join the investigation of a drug case, related to #SushantSinghRajput‘s death case. pic.twitter.com/QTu5CFSBrr
— ANI (@ANI) September 26, 2020
#SushantSinghRajputcase #DrugsCase में सवालों का जवाब देने #narcoticscontrolbureau के दफ़्तर पहुंची #ShraddhaKapoor pic.twitter.com/xP7fUvn6wx
— NBT Entertainment (@NBTEnt) September 26, 2020