କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣୁଛି ଏହି କମ୍ପାନୀ, ମିଳିବ ଅଟକି ରହିଥିବା ୭ମାସର ଦରମା

କରୋନା ମହାମାାରୀ ପାଇଁ ଅନେକ ବଡ ବଡ କମ୍ପାନୀରେ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି। ଆଇଟି କମ୍ପାନୀ Accenture ରେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରାଯାଇଛି। କିନ୍ତୁ ଏହି କମ୍ପାନୀ କର୍ମଚାରୀମାନଙ୍କୁ ୭ମାସର ପ୍ୟାକେଜ୍ ପ୍ରଦାନ କରୁଛି। ସୂଚନା ମୁତାବକ ଏହା ହିଁ ଏକମାତ୍ର କମ୍ପାନୀ, ଯେ କର୍ମଚାରୀଙ୍କୁ ବହିଷ୍କୃତ କରିବା ପରେ ମଧ୍ୟ ଦରମା ଦେଉଛି। ସାଧାରଣତଃ ଅନ୍ୟ ସବୁ କମ୍ପାନୀ ୧ କିମ୍ବା ୨ମାସର ଦରମା ଦେଇଥାନ୍ତି।
ରିପୋର୍ଟ ଅନୁଯାୟୀ ଯେଉଁ କର୍ମଚାରୀ ସ୍ୱଇଛାରେ କମ୍ପାନୀ ଛାଡିଥାନ୍ତି, ତାଙ୍କୁ ଏହି ଅଫର୍ ଦିଆଯାଉଛି। ଯଦି କୌଣସି କର୍ମଚାରୀ ନିଜ ଇଛାରେ ଚାକିରି ଛାଡୁଛନ୍ତି ତେବେ ତାଙ୍କୁ ତିନି ମାସର ନୋଟିସ ପିରିୟଡ ରହିଥାଏ ଏବଂ ୪ମାସର ଦରମା ତାଙ୍କୁ ଅଲଗା ମିଳିଥାଏ। ମୋଟ ଉପରେ, ଯେଉଁ ଦିନ ସେ ନୋଟିସରେ ଯାଆନ୍ତି, ତାଙ୍କୁ ଆସନ୍ତା ସାତ ମାସ ପାଇଁ ତାଙ୍କ ଆକାଉଣ୍ଟରେ ଟଙ୍କା ପାଇବେ।
ଗ୍ଲୋବଲ ଓ୍ଵର୍କଫୋର୍ସରୁ ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଆସେଞ୍ଚର ଗତ କିଛି ଦିନ ତଳେ ନିଷ୍ପତ୍ତି ନେଇଛି। ଭାରତରେ ଆସେଞ୍ଚରର ୨ଲକ୍ଷ ଲୋକ କାମ କରୁଚନ୍ତି। ଏହାର ଅର୍ଥ ପାଖାପାଖି ୧୦ ହଜାର ଲୋକଙ୍କ ଛଟେଇ ହୋଇପାରେ। ଲନେଇ କମ୍ପାନୀର ମୁଖପାତ୍ର କହିଛନ୍ତି, ଆମେ ସର୍ବନିମ୍ନ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରୁଛୁ । ସେହି ଲିଷ୍ଟ ଆଧାରରେ ହିଁ କର୍ମଚାରୀଙ୍କୁ ଛଟେଇ କରାଯିବ।