ପୁଣି ଚର୍ଚ୍ଚାରେ ବାଘୁଣୀ ସୁନ୍ଦରୀ, ଝାମ୍ପି ମାରିଲା ଜଣେ ମହିଳାଙ୍କୁ

ଅନୁଗୁଳ(କେନ୍ଯୁଜ୍) : ପୁଣି ଚର୍ଚ୍ଚାରେ ବାଘୁଣୀ ସୁନ୍ଦରୀ । ଜଣେ ମହିଳାଙ୍କୁ ଝାମ୍ପି ମାରି ଦେଇଥିବା ଅଭିଯୋଗ ହୋଇଛି । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ଲାଗି ରହିଛି । ଟିକରପଡ଼ା ରେଞ୍ଜ ଅଫିସ, ହାତୀବାରି ଫରେଷ୍ଟ ବିଟ୍‌ ହାଉସ, ଟିକରପଡ଼ା ଗେଷ୍ଟ ହାଉସ ଓ ସାତ କୋଶିଆ ଗଣ୍ଡରେ ଥିବା ବୋଟରେ ଗତକାଲି ନିଆଁ ଲଗାଇ ଦେଇଥିଲେ ଉତ୍ୟକ୍ତ ଲୋକେ । ଏଥିସହ ମୃତ ମହିଳା କୈଳାସୀ ସାଏଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ।

tiger picଅଭିଯୋଗ ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟର ହାତୀବାରି ନିକଟ ଗାଁ ମୁଣ୍ଡ ପୋଖରୀରେ କୈଳାସୀ ନାମକ ଜଣେ ମହିଳା ଗାଧୋଉଥିବା ବେଳେ ତାଙ୍କ ଉପରେ ଝାମ୍ପି ପଡ଼ିଥିଲା ବାଘୁଣୀ ସୁନ୍ଦରୀ । ପୋଖରୀ ହୁଡାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.