Below header

ବାଲେଶ୍ବର : ଯୁବକଙ୍କୁ ଛୁରାମାଡ଼,ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ବାଲେଶ୍ବର(କେନ୍ଯୁଜ୍) : ବାଲେଶ୍ୱରରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡିଛି । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତାଙ୍କ ନାଁ ଶେଖ୍‌ ସର୍ଫରାଜ ଓ ଘର ବାଲୁ ବଜାରରେ । ଗତକାଲି ଆଖଡ଼ା ଶୋଭାଯାତ୍ରା ଚାଲିଥିବା ବେଳେ ଦରଘା ମୈଦାନ ନିକଟରେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ଛୁରା ମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ପଠାଇ ଦିଆଯାଇଛି । ବାଲେଶ୍ୱର ଟାଉନ୍‌ ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.