ଆଜି ଗଣେଶ ଚତୁର୍ଥୀ, ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ

ଭୁବନେଶ୍ବର(କେନ୍ଯୁଜ୍) : ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନଙ୍କ ଜନ୍ମତିଥି । ଧରାବତରଣ କରିଛନ୍ତି ପ୍ରଭୁ ବିଘ୍ନ ବିନାଶକ । ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ପୁରପଲ୍ଲୀ । ଶିକ୍ଷାନୁଷ୍ଠାନ ଗୁଡିକରେ ଆଧ୍ୟାତ୍ମିକ ପରିବେଶ । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ । ବିଦ୍ୟାଦାତାଙ୍କ ଆରାଧନାରେ ଉତ୍ସବମୁଖର ହୋଇପଡ଼ିଛି ସାରା ରାଜ୍ୟ । ତେବେ ସବୁଠୁ ଅଧିକ ଜାକଜମକରେ ମୁମ୍ବାଇରେ ପାଳିତ ହୋଇଥାଏ ଗଣେଶ ପୂଜା । ବିଘ୍ନ ବିନାଶକଙ୍କ ଆରାଧନାରେ ସାରା ମୁମ୍ବାଇ ଉତ୍ସବମୁଖର ହୋଇପଡ଼ିଛି । ଅନେକ ବଡ଼ବଡ଼ ମଣ୍ଡପରେ ପୂଜା ପାଉଛନ୍ତି ଗଜାନନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.