Below header

SCB ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା: ୮ଦିନ ହେଲା ଚାଲୁନି ଲିଫ୍ଟ , ସିଡ଼ିରେ ବୁହା ହେଉଛନ୍ତି ରୋଗୀ

ଏମ୍ସ ପ୍ଲସ ହେବାକୁ ଯାଉଥିବା ବଡ ମେଡିକାଲର ଏ ଅବ୍ୟବସ୍ଥାର ବିକଳ ଚିତ୍ର। ଏସସିବି ମେଡିକାଲର ନ୍ୟୁ ମେଡ଼ିସିନ ଓ୍ବାର୍ଡରେ ଦୀର୍ଘ ଦିନ ଧରି ଲିଫ୍ଟ ଅଚଳ। ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ସିଡ଼ିରେ ବିପଦପୂର୍ଣ୍ଣ ଭାବେ ନିଆଯାଉଛି। ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ଲିଫ୍ଟରେ ଷ୍ଟେଚରରୁ ଓହ୍ଲାଇ ଟେକି ଟେକି ନେଉଛନ୍ତି।

କଟକ (କେନ୍ୟୁଜ): କଟକ ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । ହନ୍ତସନ୍ତ ହେଉଛନ୍ତି ରୋଗୀ । କେତେବେଳେ ବିଜୁଳି କଟି ଯାଉଛି ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ ଏବେ ଏସସିବି ମେଡିକାଲର ନ୍ୟୁ ମେଡ଼ିସିନ ଓ୍ବାର୍ଡରେ ଦୀର୍ଘ ଦିନ ଧରି ଲିଫ୍ଟ ଅଚଳ। ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ସିଡ଼ିରେ ବିପଦପୂର୍ଣ୍ଣ ଭାବେ ନିଆଯାଉଛି। ଡାକ୍ତର ଓ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ଲିଫ୍ଟରେ ଷ୍ଟେଚରରୁ ଓହ୍ଲାଇ ଟେକି ଟେକି ନେଉଛନ୍ତି। ଆଉ ଯେଉଁ ରୋଗୀଙ୍କ ସମ୍ପର୍କୀୟ ନାହାନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଯାହାକୁ ନେଇ ରୋଗୀ ମାନଙ୍କ ମଧ୍ୟରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ। ସୂଚନା ଅନୁସାରେ, ନ୍ୟୁ ମେଡିସନ ୱାର୍ଡଟି ହେଉଛି ୪ ମହଲା ବିଶିଷ୍ଟ। ପ୍ରତିଦିନ ହଜାର ହଜାର ରୋଗୀ ମେଡିସନ ବିଭାଗରେ ଭର୍ତ୍ତି ହେଉଥିବାବେଳେ ଲିଫ୍ଟ ନଥିବାରୁ ଅନେକ ସମସ୍ୟା ଉପୁଜିଛି। ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହା ଆଖିରେ ନ ପଡ଼ିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି।

ସେପଟେ ରୋଗୀ ସମ୍ପର୍କୀୟଙ୍କ କହିବା କଥା ଦିନେ କି ଦୁଇ ଦିନ ନୁହେଁ ୮ଦିନ ହେଲା ଅଚଳ ରହିଛି ଲିଫ୍ଟ । ସେପଟେ ରୋଗୀ ଆଣିଥିବା ଅଭିଯୋଗ ଭିତ୍ତିହିନ ବୋଲି କହିଛନ୍ତି ଏସସବି ଅଧିକାରୀ । ସେ କହିଛନ୍ତି, “୩ ଦିନ ଧରି ନ୍ୟୁ ମେଡିସନର ଲିଫ୍ଟ ବନ୍ଦ ରହିଥିଲାବେଳେ ଗତକାଲି ସନ୍ଧ୍ୟା ଠାରୁ କାଜୁଆଲଟିର ଲିଫ୍ଟ ଅଚଳ ରହିଛି। ତେବେ ଲିଫ୍ଟ ମରାମତି ପାଇଁ ଆବଶ୍ୟକ ଯନ୍ତ୍ରପାତି ନମିଳିବାରୁ ଏଯାବତ୍ ଲିଫ୍ଟ ୨ ଟି ଅଚଳ ଥିଲା। କିନ୍ତୁ ଏହି ଅସୁବିଧାର ସମାଧାନ ସନ୍ଧ୍ୟା ସୁଧା ହୋଇଯିବ। ପୂର୍ବପରି ଲିଫ୍ଟ କାର୍ଯ୍ୟ କରିବ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.