ଏସସିବି ମେଡିକାଲର ନର୍ସିଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା, ଦୁର୍ବ୍ୟବହାର ସହ ସିଲାବସ ଶେଷ ହୋଇନଥିବା ଅଭିଯୋଗ

କଟକ : କଟକ ଏସସିବି ମେଡିକାଲର ନର୍ସିଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଧାରଣା। ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ସହ ସିଲାବସ ଶେଷ ହୋଇନଥିବା ବେଳେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଉଥିବା ଆନ୍ଦୋଳନରତ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏହାସହ ଏସସିବି ନର୍ସିଂ ମହାବିଦ୍ୟାଳୟ ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ଦାସଙ୍କୁ ବଦଳାଇବା ପାଇଁ ତାଙ୍କ ଅଫିସ ସମୁଖରେ ଶାନ୍ତି ପୂର୍ଣ୍ଣ ଧାରଣାରେ ବସିଛନ୍ତି।

ପୂର୍ବରୁ ଗତ ୨୨ତାରିଖରେ ୩ଦିନ ଧାରଣାରେ ବସିଥିଲେ। ପରେ ଏସସିବି କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ଛାତ୍ରଛାତ୍ରୀ ଧାରଣାରୁ ହଟିଥିଲେ। ତେବେ ପ୍ରତିଶ୍ରୁତି ପୂରଣ ନହେବାରୁ ଗତ କାଲିଠାରୁ ଧାରଣାରେ ବସିଛନ୍ତି। ଆମର ଦାବି ନ ପୂରଣ ହେବା ପର୍ଯ୍ୟନ୍ତ ଏମିତି ଧାରଣାରେ ବସିରହିବେ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.