Below header

ଘାଟିରେ ଓଲଟିଲା ସ୍କୁଲ୍ ବସ୍ : ଦୁର୍ଘଟଣାରେ ଜଣେ ମହିଳା ମୃତ, ୧୦ରୁ ଅଧିକ ଗୁରୁତର

କୋରାପୁଟ ଜିଲ୍ଲାର ବ୍ରାହ୍ମଣୀ ଗାଁର ଏକ ସ୍କୁଲ୍ ବସ୍ ୩୦ରୁ ଅଧିକ ଷ୍ଟାଫ ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀକୁ ଯିବା ବେଳେ ମନ୍ତ୍ରୀଆମ୍ବ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଜଣେ ମହିଳା ମୃତ, ୧୦ରୁ ଅଧିକ ଗୁରୁତର ।

ମାଲକାନଗିରି(କେନ୍ୟୁଜ୍): ଘାଟିରେ ଓଲଟିଲା ସ୍କୁଲ୍ ବସ୍ । ଦୁର୍ଘଟଣାରେ ଜଣେ ମହିଳା ମୃତ, ୧୦ରୁ ଅଧିକ ଗୁରୁତର । ସମସ୍ତ ଗୁରୁତରଙ୍କୁ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲାର ବ୍ରାହ୍ମଣୀ ଗାଁର ଏକ ସ୍କୁଲର ୩୦ରୁ ଅଧିକ ଷ୍ଟାଫ ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀକୁ ଯିବା ବେଳେ ମନ୍ତ୍ରୀଆମ୍ବ ଘାଟିରେ ଭାରସାମ୍ୟ ହରାଇ ବସ୍ ଓଲଟି ପଡ଼ିଥିଲା ।

ଗୁରୁତରଙ୍କୁ ବୈପାରିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ କିଛି ସମୟ ପାଇଁ ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିଲା ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ରୁ ଗାଡ଼ି ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.