Below header

ଚଳିତ ମାସ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ, ନବମରୁ ଦ୍ୱାଦଶ ଯାଏଁ ହେବ ସଂପୂର୍ଣ୍ଣ କ୍ଲାସ

ଭୁବନେଶ୍ୱର (କେ ନ୍ୟୁଜ): ଚଳିତ ମାସ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ରାଜ୍ୟରେ ନଭେମ୍ବରରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ନବମରୁ ଦ୍ୱାଦଶ ଯାଏଁ ସଂପୂର୍ଣ୍ଣ କ୍ଲାସ ହେବ। ସ୍କୁଲ ଖୋଲିବା ନେଇ SOP ପ୍ରସ୍ତୁତ ଚାଲିଥିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବ।

ସ୍କୁଲ ଛାଡିବା ପାଇଁ ଅଭିଭାବକ ରାଜି ନହେଲେ ONLINE ଶିକ୍ଷା ବ୍ୟବସ୍ଥା କରାଯିବ। କରୋନା ପାଇଁ ୩୦ ପ୍ରତିଶତ ସିଲାବସ୍‌ ହ୍ରାସ ପାଇଛି। ଆଉ ଅଧିକ ପାଠ୍ୟକ୍ରମ ହ୍ରାସ ହେବନାହିଁ । ବାକି ୭୦ ପ୍ରତିଶତ ସିଲାବସ୍‌ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.