Below header

Airtel ୟୁଜରଙ୍କ ପାଇଁ ସୁଯୋଗ, ତିନି ମାସ ପର୍ଯ୍ୟନ୍ତ ମାଗଣାରେ ଚଲାନ୍ତୁ ଆଡ୍ ଫ୍ରି Youtube, ଜାଣନ୍ତୁ କେମିତି ଉଠାଇବେ ଫାଇଦା

ଟେଲିକମ କମ୍ପାନୀ ଏୟାରଟେଲ ତରଫରୁ ଏକ ପ୍ରମୋସନାଲ ଅଫର ଆରମ୍ଭ କରିଛି। ଯାହା ଜରିଆରେ ଏୟାରଟେଲ ୟୁଜର୍ସ ବିନା ଆଡରେ Youtube ଷ୍ଟ୍ରିମିଂ ସେବାର ଲାଭ ଉଠାଇପାରିବ। ଅର୍ଥାତ୍ ବିନା କୌଣସି ଆଡରେ ଆପଣ ଟେନସନ ଫ୍ରି ହୋଇ ଷ୍ଟ୍ରିମିଂ ଦେଖିପାରିବେ। ଏହାସହିତ Youtube ସ୍କ୍ରିନ ଅଫ ହେବା ପରେ ମଧ୍ୟ ବ୍ାକଗ୍ରାଉଣ୍ଡରେ ମୁଜିକ ଚାଲିବ। Youtube ଏହି ପ୍ରିମିୟମ ସର୍ଭିସ ପାଇଁ ଏୟାରଟେଲ ୟୁଜର୍ସଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡିବନି। ସୂଚନାଯୋଗ, Youtube premium ସର୍ଭିସ ପାଇଁ ୟୁଜର୍ସଙ୍କୁ ମାସକୁ ୧୨୯ ଟଙ୍କା ଏବଂ ତିନି ମାସ ପାଇଁ ୩୯୯ ଟଙ୍କା ଚାର୍ଜ ଦେବାକୁ ପଡୁଥିଲା।

Airtel ପକ୍ଷରୁ Youtube premium ସବସ୍କ୍ରିପସନର ଫାଇଦା Airtel Thanks ଆପ୍ର ରିଓ୍ବାଡ ପ୍ରୋଗ୍ରାମ ଜରିଆରେ ଉଠାଇପାରିବେ। ଅର୍ଥାତ୍ ଯେଉଁ ଏୟାରଟେଲ ୟୁଜସ କେବେ ବି Youtube ପ୍ରିମିଅମ ସର୍ଭିସର ଆନନ୍ଦ ଉଠାଇନାହାନ୍ତି, ସେମାନେ ଏହି ଅଫରର ଫାଇଦା ଉଠାଇପାରିବେ। ଆଉ ଯିଏ Youtube Music premium ସବସ୍କ୍ରାଇବ କରିନାହାନ୍ତି ସେମାନେ Youtube premium ସର୍ଭିସକୁ ମାଗଣାରେ ସବସ୍କ୍ରାଇବ କରିପାରିବେ। ଏହି ଅଫର ୨୨ ମଇ ୨୦୨୧ ପର୍ଯନ୍ତ ରିଡିିମ କରିପାରିବେ। ଏହାକୁ ସବସ୍କ୍ରାଇବ କରିବା ପାଇଁ ୟୁଜର୍ସ Youtube premium ପାଇଁ ଗୁଗଲ ଆକାଉଣ୍ଟର ଆବଶକତା ପଡିବ। ଏୟାରଟେଲ ୟୁଜର୍ସଙ୍କ ଠାରୁ ତିନି ମାସ ପରେ ପ୍ରମୋସନାଲ ଅଫର ପରେ ୟୁଜର୍ସଙ୍କୁ ପଇସା ଚାଜର୍ କରାଯିବ।

you tube

କ’ଣ କରିବେ :

ଯଦି ଆପଣ ପୂର୍ବରୁ Airtel Thanks app ଇନଷ୍ଟଲ କରିନାହାନ୍ତି, ତେବେ ପ୍ରଥମେ ଏହାକୁ ଇନଷ୍ଟଲ କରନ୍ତୁ। ଏହା ପରେ ୟୁଜର୍ସ Airtel Thanks App କୁ ଓପନ କରନ୍ତୁ। ଏହା ପରେ ଏହି ଆପରେ More ଅପସନରେ କ୍ଲିକ କରିବାକୁ ହେବ। ତା’ପରେ Airtel Rewards ଅପସନ ନଜର ଆସିବେ। ଏହି ଅପସନରେ କ୍ଲିକ କରିବା ପରେ ୟୁଜର୍ସଙ୍କୁ add ଅପସନରେ କ୍ଲିକ କରିବାକୁ ହେବ। ତା’ ପରେ ୟୁଜର୍ସ Youtube premium ରେ କ୍ଲିକ କରି ସର୍ତ୍ତାବଳୀ ପଢି Redeem Now ରେ କ୍ଲିକ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.