Below header

ଟ୍ରାଫିକ ରୁଲ ଭାଙ୍ଗୁଥିଲେ ବ୍ୟକ୍ତି ବୁଦ୍ଧି ଶିଖାଇଦେଲା ଓଟ, ଦେଖନ୍ତୁ ଭାଇରଲ ଭିଡିଓ

ସାଧାରଣତଃ ଗାଡି ଚଳାଉଥିବା ଲୋକ ଟ୍ରାଫିକ ନିୟମ ଜାଣିବା ନିହାତି ଆବଶ୍ୟକ। ବେଳେବେଳେ କିଛି ଲୋକ ଜାଣିଶୁଣି ଟ୍ରାଫିକ ନିୟମ ଭାଙ୍ଗିଥାନ୍ତି। ଏମିତି ଅନେକ ଲୋକ ଆପଣ କରିବା ସମୟରେ ଦେଖିଥିବେ। ତେବେ ଏହିଭଳି ଲୋକ ମାନଙ୍କୁ ସବୁ ସମୟରେ ପୋଲିସ ଧରିପାରେ ନାହିଁ କିମ୍ବା ଜରିମାନା ଆଦାୟ କରିପାରେ ନାହିଁ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ ଅମାନିଆ ରୁଲ ବ୍ରେକରକୁ ବୁଦ୍ଧି ଶିଖାଉଛି ଓଟ। ଯେଉଁ କାମ ଟ୍ରାଫିକ ପୋଲିସ କରିପାରି ନାହିଁ ତାହା ଏକ ଓଟ କରି ଦେଖାଇ ଦେଇଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବାମ ପଟରେ ଓଭରଟେକ କରିବା ସମୟରେ ତାକୁ ଓଟଟି ବାରମ୍ବାର କିକ ମାରୁଛି। ବ୍ୟକ୍ତିଜଣକ ଯେତେବେଳେ ବି ଓଟମାନଙ୍କୁ ଓଭରଟେକ କରିବାକୁ ଚେଷ୍ଟା କରୁଛି । ସଂଗେ ସଂଗେ ଓଟ ତାଙ୍କୁ କିକ ମାରୁଥିବା ଦେଖିବାକୁ ମିଳିଛି ।


ଏହି ଭିଡ଼ିଓଟିକୁ ସୁଶାନ୍ତ ନନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଆଉ କ୍ୟାପ୍ସନରେ ଲେଖିଥିଲେ “ଓଟ ବ୍ୟକ୍ତିଜଣଙ୍କୁ ଟ୍ରାଫିକ ରୁଲ ଶିଖାଇଦେଲା କି ବାମ ପଟରେ ଓଭରଟେକ କରାଯାଏ ନାହିଁ ” । ତେବେ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ନିଜର ମତ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.