ଅଶ୍ଳୀଳ ଭିଡିଓ ସୁଟିଂ କରି ବିବାଦରେ ଛନ୍ଦି ହେଲେ ପୁନମ୍‌ ପାଣ୍ଡେ, ଗୋଆରେ ମାମଲା ରୁଜୁ କଲେ ମହିଳା ଓ୍ଵିଙ୍ଗ୍‌

ବଲିଉଡ୍‌ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ସବୁବେଳେ ନିଜ ହଟ୍‌ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ପୁନମ୍‌ଙ୍କର ୩.୬ ମିଲିୟନ୍‌ ଫଲୋୟର୍ସ ରହିଛନ୍ତି। କିନ୍ତୁ ଚଳିତଥର ପୁନମ୍‌ ନିଜ ହଟ୍‌ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଯାଇଥିବା ଦେଖିବାକୁ ମିଳିଛି। ଗୋଆ ଫରଓ୍ଵାର୍ଡ ପାର୍ଟିର ମହିଳା ଓ୍ଵିଙ୍ଗ୍‌ ପୁନମ୍‌ଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବା ସହ ତାଙ୍କ ଉପରେ ଅଶ୍ଳୀଳ ଭିଡିଓ ତିଆରି କରିଥିବା ଅଭିଯୋଗ କରିଛନ୍ତି।

ଗୋଆରେ ସୁଟିଂ ସାରି ପୁନମ୍‌ ନିକଟରେ ମୁମ୍ବାଇ ଫେରିଛନ୍ତି। କିନ୍ତୁ ସେଠାରୁ ଫେରିବା ପରେ ତାଙ୍କ ସମସ୍ୟା ବଢ଼ିଯାଇଛି। ପୁନମ୍‌ ଗୋଆର ଚପୋଲି ଡ୍ୟାମ୍‌ରେ ଅଶ୍ଳୀଳ ଭିଡିଓ କରିଥିବା ନେଇ ଗୋଆ ଫରଓ୍ଵାର୍ଡ ପାର୍ଟିର ମହିଳା ଓ୍ଵିଙ୍ଗ୍‌ ଅଭିଯୋଗ କରିଛନ୍ତି।

poonam pandy

ସୂଚନାଯୋଗ୍ୟ ଯେ ପୁନମ୍‌ ପାଣ୍ଡେ ସେପ୍ଟେମ୍ବର ମାସରେ ବୟଫ୍ରେଣ୍ଡ ସାମ୍‌ ବମ୍ବେଙ୍କୁ ବିବାହ କରିଥିଲେ। କିନ୍ତୁ ଏହାର କିଛି ଦିନ ପରେ ସେ ଗୋଆରେ ଛୁଟି କାଟୁଥିବା ବେଳେ ସ୍ୱାମୀଙ୍କ ଉପରେ ମାରପିଟ୍‌ କରିଥିବା ନେଇ ଅଭିଯୋଗ କରିଥିଲେ। ଏହା ପରେ ସାମ୍‌ଙ୍କୁ ଗିରଫ କରାଯାଇଥିଲା। ମାତ୍ର ପରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଓ ଏବେ ଦୁହେଁ ଏକାଠି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.