Below header

ବଦଳିବନି ନିଷ୍ପତ୍ତି, ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ୍: ଗଣଶିକ୍ଷା ବିଭାଗ ସଚିବ

ଭୁବନେଶ୍ବର(କେନ୍ଯୁଜ୍):ବଦଳିବନି ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଜାନୁଆରୀ ୩ରୁ କ୍ଲାସରୁମ ପାଠପଢା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେପଟେ ସ୍କୁଲ ଖୋଲିବା ଘୋଷଣାର ୨୪ଘଣ୍ଟା ନପୁରୁଣୁ ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି କହିଥିଲେ । ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି କହିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ସ୍କୁଲ ଖୋଲିବା ନିଷ୍ପତ୍ତି ସରକାର ନେଇଛନ୍ତି । ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ । ତେବେ ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫେଇ, କ୍ଲାସରୁମ୍‌, ଡେସ୍କ, ବେଞ୍ଚ, ସରଞ୍ଜାମକୁ ବିଶୋଧନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିଇଓ, ବିଇଓ ଓ ସିଆରସିସି ମାନେ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ କୁହାଯାଇଛି । ପିଲାଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉଭୟ ଆମେ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯାହାକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.